Constable Murder Case: ପୁଲିସ କନଷ୍ଟେବଲ ହତ୍ୟା ମାମଲାରେ ୨୮ ବର୍ଷ ହେଲା ଫେରାର୍‌ ଥିବା ଅଭିଯୁକ୍ତ ‘ଡ. ଝଟ୍‌କା’ ମଧ୍ୟପ୍ରଦେଶରୁ ଗିରଫ

1 hour ago 1
ARTICLE AD BOX

ଭୋପାଳ:ହରିୟାଣାର ଜଣେ ପୁଲିସ କନଷ୍ଟେବଲଙ୍କୁ ହତ୍ୟା ମାମଲାର ୨୮ ବର୍ଷ ପରେ ଅଭିଯୁକ୍ତ ଡ. ଝଟ୍‌କା ଓରଫ ରାଜେନ୍ଦର ବୈରାଗୀକୁ ଦିଲ୍ଲୀ ପୁଲିସ ମଧ୍ୟପ୍ରଦେଶରୁ ଗିରଫ କରିଛି। ଦିଲ୍ଲୀ ପୁଲିସର ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀ ପ୍ରାୟ ୩ ଦଶନ୍ଧି ହେଲା ସାଧାରଣ ଜୀବନଯାପନ କରୁଥିଲା। ବୈରାଗୀ ନାଁରେ ହରିୟାଣାରେ ଗୋଟିଏ ହତ୍ୟା ମାମଲା, ଦିଲ୍ଲୀରେ ଦୁଇଟି ହତ୍ୟା ଉଦ୍ୟମ ମାମଲା, ପୁଲିସ ହାଜତରୁ ଫେରାର୍‌ ଓ ଅନ୍ୟ କେତେକ ମାମଲା ରହିଥିଲା। ପୁଲିସ କହିଛି ଯେ, ଫେରାର୍‌ ହେବା ପରେ ବୈରାଗୀ ୨୦୦୦ ମସିହା ପ୍ରାରମ୍ଭରୁ ନିଜକୁ ରାଜେନ୍ଦର ସିଂହ ଯାଦବ ଭାବେ ପରିଚୟ ଦେଇଥିଲା। ସେ ସେହି ନାମରେ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ସମେତ ସରକାରୀ କାଗଜପତ୍ର ପ୍ରସ୍ତୁତ କରିଥିଲା। ରାଜେନ୍ଦରର ପତ୍ନୀ ମଧ୍ୟ ତା’ର ଅପରାଧିକ ଅତୀତ ବିଷୟରେ କିଛି ଜାଣି ନଥିଲା। ହରିୟାଣାର ଜଣେ କବାଡି ଖେଳାଳି ବୈରାଗୀ ୧୯୯୦ ଦଶକର ଶେଷ ଭାଗରେ ଅପରାଧରେ ଲିପ୍ତ ହୋଇଥିଲା। ତା’ ବିରୋଧରେ ଦିଲ୍ଲୀ ଓ ହରିୟାଣାରେ ହତ୍ୟା, ଚୋରି ଓ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା।

ପ୍ରମାଣପତ୍ର ବଦଳାଇ ନୂଆ ଜୀବନ ବଞ୍ଚୁଥିଲେ

୧୯୯୮ ମସିହାରେ ମେ ମାସରେ ବୈରାଗୀ ସୋନିପତରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ଘଟିଥିଲା। ବୈରାଗୀ ଓ ତା’ର ପାଞ୍ଚ ଜଣ ସହଯୋଗୀ ଗୁଳି ଚଳାଇବା ଯୋଗୁ କନ୍ୟାର କକା ହରିୟାଣା ପୁଲିସ କନେଷ୍ଟବଳ ଜୟ ଭଗବାନଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ହତ୍ୟା ପାଇଁ ବୈରାଗୀକୁ ଗିରଫ କରାଯାଇଥିଲା। ଏହି ଘଟଣାର ବର୍ଷକରୁ କମ୍ ସମୟ ମଧ୍ୟରେ ଫେବ୍ରୁଆରି ୧୪, ୧୯୯୯ରେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ବୈରାଗୀକୁ ଗାଜିଆବାଦ ଜେଲରୁ ସୋନିପତ କୋର୍ଟକୁ ନିଆଯିବା ସମୟରେ ‌ସେ ଖସି ପଳାଇଥିଲା। ପୁଲିସ ଅନୁସାରେ, ସେ ଗନ୍ନୌର ରେଳ ଷ୍ଟେସନ ନିକଟରୁ ଖସି ପଳାଇ ଯାଇଥିଲା। ତା’ ନାଁରେ ଆଉ ଏକ ଏତଲା ରୁଜୁ ହୋଇଥିଲା, କିନ୍ତୁ ପରବର୍ତ୍ତୀ ୨୮ ବର୍ଷ ପର୍ଯ୍ୟନ୍ତ ବୈରାଗୀ ସମ୍ପର୍କରେ କୌଣସି ପତ୍ତା ମିଳିନଥିଲା। ଫେରାର୍‌ ହେବା ପରେ ଲୁଚି ରହିବା ଅପେକ୍ଷା ବୈରାଗୀ ଏକ ନୂଆ ଜୀବନ ଆରମ୍ଭ କରିଥିଲା ବୋଲି ପୁଲିସ କହିଛି। ପୁଲିସ ହାତରୁ ଖସି ସେ ପ୍ରଥମେ ମୁମ୍ବାଇରେ ପହଞ୍ଚି ଥିଲା। କୋଲାବା ଅଞ୍ଚଳରେ ସେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଶାରୀରିକ ଶିକ୍ଷା (ପିଇଟି) ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା।

ମୁମ୍ବାଇ ପରି ବଡ଼ ସହରରେ ଧରା ପଡ଼ିଯିବା ଭୟରେ ପରେ ସେ ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାର ମୁଙ୍ଗାଓଲିକୁ ଚାଲି ଆସିଥିଲା। ରାଜେନ୍ଦର ସିଂହ ଯାଦବ ପରିଚୟ ଗ୍ରହଣ କରି ୨୦୦୩ ମସିହାରେ ସରକାରୀ ଡାକ୍ତରଖାନାର ଜଣେ ନର୍ସକୁ ବିବାହ କରିଥିଲା ଓ ଏକ ଛୋଟ କ୍ଲିନିକ୍ ପ୍ରତିଷ୍ଠା କରିଥିଲା। ରିୟଲ ଇଷ୍ଟେଟ ବ୍ୟବସାୟ ମଧ୍ୟ କରୁଥିଲା। ସେଠାରେ ଲୋକମାନେ ତାଙ୍କୁ ‘ଡ. ଝଟ୍‌କା’ ବୋଲି ଡାକୁଥିଲେ। ଆନିମେଟେଡ ସିରିଜ ‘ମୋଟୁ ପତଲୁ’ର ବୈଜ୍ଞାନିକ ଚରିତ୍ର ସହିତ ତାଙ୍କ ସାମଞ୍ଜସ୍ୟ ଯୋଗୁ ଲୋକମାନେ ତାଙ୍କୁ ଏହି ନାଁରେ ଡାକୁଥିଲେ। କିନ୍ତୁ ସେ ହତ୍ୟା ମାମଲାର ଅଭିଯୁକ୍ତ ବୋଲି ସେମାନେ ଜାଣିନଥିଲେ। ତେବେ ଦିଲ୍ଲୀ ପୁଲିସ ୧୯୯୭ ମସିହାରେ ଜନକପୁରୀ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ଦୁଇଟି ହତ୍ୟା ଉଦ୍ୟମ ମାମଲାର ତଦନ୍ତ କରୁଥିବା ସମୟରେ ବୈରାଗୀ ସମ୍ପର୍କରେ ଜାଣିବାକୁ ପାଇଥିଲା।

SIR: ଏସ୍‌ଆଇଆର୍‌ ପରେ ପଶ୍ଚିମବଙ୍ଗ ହାଉସିଂ ଯୋଜନା ହିତାଧିକାରୀ ତାଲିକାରୁ ୫୭,୦୦୦ ନାଁ ବାଦ୍‌

ପୁଲିସ ଫେରାର୍‌ ବୈରାଗୀର ହରିୟାଣା ସ୍ଥିତ ଗାଁରେ ପହଞ୍ଚିବା‌ ପରେ ସେ ହତ୍ୟା ମାମଲାର ଅଭିଯୁକ୍ତ ଓ ପୁଲିସ ହେପାଜତରୁ ଫେରାର୍‌ ଥିବା ବୋଲି ଜାଣିବାକୁ ପାଇଥିଲା। ତଦନ୍ତକାରୀମାନେ ତା’ପରେ ବୈରାଗୀର ସମ୍ପର୍କୀୟମାନଙ୍କୁ ଟ୍ରାକ୍ କରିବା, ସେମାନଙ୍କ କଲ୍ ଡିଟେଲ୍ ରେକର୍ଡ ବିଶ୍ଳେଷଣ କରିବା ଓ ତା ସହିତ ଯୋଗାଯୋଗରେ ରହିଥିବା ପରିବାର ସଦସ୍ୟଙ୍କ ଉପରେ ନଜର ରଖିବାରୁ ମଧ୍ୟ ପ୍ରଦେଶରେ ବୈରାଗୀ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲା। ପୁଲିସ ଟିମ୍‌ ମୁଙ୍ଗାଓଲିରେ ଦୁଇରୁ ତିନି ଦିନ ଧରି ନଜର ରଖି ବୈରାଗୀର ପତ୍ନୀଙ୍କ ପରିଚୟ ମାଧ୍ୟମରେ ତାଙ୍କୁ ଠାବ କରିଥିଲା। ସେ ସ୍ଥାନୀୟ ପ୍ରମାଣପତ୍ର ବ୍ୟବହାର କରି ସଫଳତାର ସହିତ ଏକ ନୂଆ ଜୀବନ ବଞ୍ଚୁଥିବା ଡେପୁଟି କମିଶନର ଅଫ୍ ପୁଲିସ (କ୍ରାଇମ) ଚନ୍ଦର କୁମାର ସିଂହ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.