ARTICLE AD BOX
ଭୁବନେଶ୍ବର: ସମ୍ବିଧାନ ଦିବରେ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ ବଡ଼ ଅଭିଯୋଗ ଆଣିଛି। ଗଣତନ୍ତ୍ରର ହତ୍ୟାକାରୀ ବୋଲି କହିଛି। ସରକାରକୁ ତଡ଼ିବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ ହୋଇଛି। ରାଜସ୍ଥାନ ପଂଚାୟତ ନିର୍ବାଚନ ଫଳାଫଳ ମୋଦୀ ସରକାରର ନିଦ ହଜାଇଦେଇଛି। ଗତ ତିନିଦିନ କାଳ ଓଡ଼ିଶାର ପୁରପଲ୍ଲୀରେ କଂଗ୍ରେସ କର୍ମୀ ଓ ନେତାମାନେ ସହସ୍ରାଧିକ ସଂଖ୍ୟାରେ ରାଲିମାନ କରି ଯେଭଳି ବାତାବରଣ ସୃଷ୍ଟି କରିଛନ୍ତି, ତାହା ବ୍ୟର୍ଥ ଯିବନାହିଁ। ଖୁବ୍ ଶିଘ୍ର ଏହି ଜନବିରୋଧୀ ଡବଲ-ଇଂଜିନ ସରକାରର ପତନ ଅନିବାର୍ଯ୍ୟ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ସେ ସୂଚନା ଦେଇ କହିଥିଲେ, ଗୁରୁବାର ପୂର୍ବାହ୍ନରେ ଓଡ଼ିଶାର ସମସ୍ତ ଜିଲ୍ଲାର ଦୂରଦୂରାନ୍ତରୁ ହଜାରହଜାର ସଂଖ୍ୟାରେ ନେତା ଓ କର୍ମୀମାନେ ଗାଡ଼ି ଓ ଟ୍ରେନ୍ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ୧୫୦ କିମି ପରିମିତ ଅଞ୍ଚଳର ନେତା ଓ କର୍ମୀ ବଡ଼ବଡ଼ ବାଇକ୍ ରାଲିରେ ଆସି ପହଞ୍ଚିଥିଲେ। ତେବେ ଦୂରଦୂରାନ୍ତର ଜିଲ୍ଲାଗୁଡ଼ିକରେ ୨୪ ତାରିଖରେ ଓ ସମୀପବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୫ ତାରିଖରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ବାଇକ୍ ରାଲି ଆୟୋଜିତ ହୋଇଥିଲା। ସାରା ରାଜ୍ୟରେ ପଂଚାୟତ ସ୍ତର ଯାଏ ଭୋଟ ଚୋରି ବିରୋଧରେ ଗାଁ ଦାଣ୍ଡ ସଭା (ଚୌପାଲ) ଚାଲିଛି। ଆସନ୍ତା ୧୫ ଡିସେମ୍ବର ଯାଏ ଏହା ଚାଲିବ ବୋଲି ସେ ପ୍ରକାଶ କରିଥିଲେ।
Demad: ଏକାଧିକ ଦାବି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ କହିଥିଲେ, ଅନ୍ୟମାନଙ୍କୁ କଥା କଥାକେ ଦେଶଦ୍ରୋହୀ କହୁଥିବା ବିଜେପି ପ୍ରକୃତରେ ଦେଶଦ୍ରୋହୀମାନଙ୍କର ଏକ ଦଳ। ଯୋଉମାନେ ନିଜ ଦେଶର ପତାକା, ଜାତୀୟ ସଂଗୀତ ଓ ମାମାଟିକୁ ସମ୍ମାନ ଦିଅନ୍ତିନି ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ପଦବାଚ୍ୟ ବୋଲି ସେ କହିଥିଲେ। ମାତୃଭୂମିର ସ୍ବାଧୀନତା ଆନ୍ଦୋଳନରେ ସାମାନ୍ୟତମ ଭୂମିକା ନ ଥିବା, ଦେଶର ତ୍ରିରଙ୍ଗା ପତାକା ବଦଳରେ ନାଗପୁର ଆରଏସଏସ ମୁଖ୍ୟାଳୟରେ ଅନ୍ୟ ପତାକା ଲଗାଇବା, ‘ଜନଗଣମନ..’ ବଦଳରେ ‘ନମସ୍ତେ ସଦାବତ୍ସଳେ..’କୁ ଗାନ କରିବା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ। ଏଭଳି ଦେଶଦ୍ରୋହୀମାନଙ୍କୁ ଅଧିକ କାଳ ଶାସନଗାଦିରେ ବରଦାସ୍ତ କରିବା ଉଚିତ ନୁହେଁ, ଏହି କଥାକୁ ଲୋକେ ବୁଝିଲେଣି ବୋଲି ଶ୍ରୀ ଦେଶାଇ କହିଥିଲେ।

2 hours ago
2


