ARTICLE AD BOX
ଭୁବନେଶ୍ବର: ସଂସଦରେ ପାରିତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍ ୨୦୨୬କୁ କଂଗ୍ରେସ ବିରୋଧ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ସବୁ ଦଳର ନେତାଙ୍କ ସହ ତୁରନ୍ତ ଆଲୋଚନା କରିବା ଓ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରିଛନ୍ତି। ଏହି ବିଲ୍କୁ ପୂର୍ବରୁ ବିରୋଧୀ ଦଳ ନେତା ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ବିରୋଧ କରି ସର୍ବଦଳୀୟ ବୈଠକ ଡକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।
Mine: ରାଜ୍ୟର କ୍ଷମତା ଉପରେ ପ୍ରହାର: ଖଣି ଉପରେ ଲଗାଇପାରିବେନି ମନଇଚ୍ଛା ଟିକସ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦାସ ଚିଠିରେ ଲେଖିଛନ୍ତି ଯେ ଖଣି ବିଲ୍ ପାଇଁ ଓଡ଼ିଶା ବିପୁଳ କ୍ଷତି ସହିବ। ରାଜ୍ୟର ଆର୍ଥିକ ସ୍ବାଧୀନତା ଓ ଖଣି ସମ୍ପଦ ଉପରେ ଏହାର ରହିଥିବା ସାମ୍ବିଧାନିକ ଅଧିକାର ପ୍ରତି ଏହା ଏକ ବଡ଼ ବିପଦ। ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ଏକ ବଡ଼ ଧକ୍କା ସଦୃଶ। ନିଜ ମାଟି ତଳେ ଥିବା ଖଣିଜ ସମ୍ପଦ ଉପରେ ରୟାଲଟି, ଟିକସ, ଶୁଳ୍କ ଓ ସେସ୍ ଲଗାଇ ନ ପାରିବା ଓଡ଼ିଶାର ବିକାଶକୁ ଅଟକାଇଦେବ। ଓଡ଼ିଶାର ସମ୍ପଦ ଓଡ଼ିଶାର ବୋଲି ମୁଖ୍ୟମନ୍ତ୍ରୀ ବୁଝିବା ଦରକାର। ଖଣି କାର୍ଯ୍ୟ ପାଇଁ ରାଜ୍ୟବାସୀ ପ୍ରଦୂଷଣ ସହିବେ ଓ ବିସ୍ଥାପିତ ହେବେ। ତଥାପି ରାଜ୍ୟ ରାଜକୋଷ ଉପକୃତ ହେବ ନାହିଁ। ଏହା ଓଡ଼ିଶା ପ୍ରତି ଏକ ବଡ଼ ଅନ୍ୟାୟ। ଓଡ଼ିଶାର ନ୍ୟାଯ୍ୟ ଅଧିକାରକୁ ଏଭଳି ଛଡ଼ାଇ ନେବା ଆଦୌଁ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।
Coal Mine Explosion: ପାକିସ୍ତାନର କୋଇଲା ଖଣିରେ ବିସ୍ଫୋରଣ: ୩୦ ଖଣି ଶ୍ରମିକଙ୍କ ମୃତଦେହ ଉଦ୍ଧାର

1 hour ago
1


