Commonwealth Team: ରାଜ୍ୟଗୋଷ୍ଠୀ ଦଳରେ ଅନିମେଷ, ପ୍ରଣତି

3 hours ago 1
ARTICLE AD BOX

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌‌ଗୋରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ‌ହୋଇଛି। ଦୌଡ଼କୁଦ ମହିଳା ଦଳ: ପାରୁଲ ଚୌଧୁରୀ (୩୦୦ ମିଟର୍‌ ଷ୍ଟିପଲ୍‌ଚେଜ୍‌, ୫୦୦୦ ମିଟର୍‌ ଦୌଡ଼), ପୂଜା ସିଂହ (ହାଇଜମ୍ପ୍‌), ମନପ୍ରୀତ୍‌ କୌର୍‌ (ସଟ୍‌ପୁଟ୍‌), ସୀମା, ନିଧି ରାଣୀ (ଉଭୟ ଡିସ୍‌କସ୍‌ ଥ୍ରୋ), ରବୀନା (୧୦,୦୦୦ ମିଟର୍‌ ରେସ୍‌ ୱାକ୍‌), ପ୍ରିୟଙ୍କା ଗୋସ୍ବାମୀ (୧୦,୦୦୦ ମିଟର୍‌ ରେସ୍‌ ୱାକ୍‌)। ରାଶଦୀପ କୌର୍‌, ନୀରୁ ପାଠକ, ଆନ୍‌ସା ବାବୁ (ଏହି ତିନିଜଣ ୪୦୦ ମିଟର୍‌ ଦୌଡ଼ ଏବଂ ୪ ଗୁଣା ୪୦୦ ମିଟର୍‌ ରିଲେରେ ଅଂଶଗ୍ରହଣ କରିବେ)।‌

Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

ଦୌଡ଼କୁଦ ପୁରୁଷ ଦଳ: ଗୁରିନ୍ଦରବୀର ସିଂହ (୧୦୦ ମିଟର୍‌), ଅନିମେଷ କୁଜୁର (୨୦୦ ମିଟର୍‌), ଗୁଲଭୀର ସିଂହ (୫,୦୦୦ ମିଟର୍‌ ଏବଂ ୧୦,୦୦୦ ମିଟର୍‌‌ ଦୌଡ଼), ତେଜସ ଶୀ‌ର୍ଷେ (୧୧୦ ମିଟର୍‌ ବାଧାଦୌଡ଼), ୟାସାସ ପଲାଶା (୪୦୦ ମିଟର୍‌ ବାଧାଦୌଡ଼), ସନ୍ତୋଷ କୁମାର ତାମିଲାରାସନ (୪୦୦ ମିଟର ବାଧାଦୌଡ଼), ସର୍ବେଶ କୁଶାରେ (ହାଇଜମ୍ପ୍‌), ଆଦର୍ଶ ରାମ (ହାଇ ଜମ୍ପ୍‌), ଦେବ ମୀନା (ପୋଲ୍‌ ଭଲ୍ଟ୍‌), କୁଲଦୀପ କୁମାର (ପୋଲ୍‌ ଭଲ୍ଟ), ମୁରଲୀ ଶ୍ରୀଶଙ୍କର (ଲଙ୍ଗ୍‌ ଜମ୍ପ୍‌), ଲୋକେଶ ସତ୍ୟାନାଥନ୍ (ଲଙ୍ଗ୍‌ ଜମ୍ପ୍‌), ପ୍ରବୀଣ ଚିତ୍ରାଭେଲ୍‌ (ଟ୍ରିପଲ୍‌ ଜମ୍ପ୍‌), ସେଲଭା ପ୍ରଭୁ (ଟ୍ରିପଲ୍‌ ଜମ୍ପ୍‌), ସମରଦୀପ ସିଂହ ଗିଲ୍‌ (ସଟ୍‌ ପୁଟ୍‌ ଥ୍ରୋ), ତାଜିନ୍ଦରପାଲ୍‌ ସିଂହ ତୁର୍‌ (ସଟ୍‌ ପୁଟ୍‌ ‌ଥ୍ରୋ), ନୀରଜ ଚୋପ୍ରା (ଜାଭେଲିନ୍‌ ‌‌‌‌ଥ୍ରୋ),  ରୋହିତ ଯାଦବ (ଜାଭେଲିନ୍‌ ‌‌‌‌ଥ୍ରୋ), ୟାଶବୀର ସିଂହ (ଜାଭେଲିନ୍‌ ‌‌‌‌ଥ୍ରୋ), ତେଜସ୍ବିନ ଶଙ୍କର (ଡେକାଥଲନ୍‌), ବିଶାଳ ଟିକେ (୪୦୦ ମିଟର୍‌ ଦୌଡ଼ ଓ ୪ ଗୁଣା ୪୦୦ ମିଟର୍‌ ମିଶ୍ରିତ ରିଲେ), ରାଜେଶ ରମେଶ (୪୦୦ ମିଟର୍‌ ଦୌଡ଼ ଓ ୪ ଗୁଣା ୪୦୦ ମିଟର୍‌ ମିଶ୍ରିତ ରିଲେ)।

ଭାରତୀୟ ଜିମ୍ନାଷ୍ଟିକ୍ସ ଦଳ: ମହିଳା-ପ୍ରଣତି ନାୟକ, ନିଶିକା ଅଗ୍ରୱାଲ, ଈଶିତା ରିୱାଲେ, ପ୍ରତିଷ୍ଠା ସାମନ୍ତ। ପୁରୁଷ-ତପନ ମହାନ୍ତି, ତପେଶ୍ବରନାଥ ଦାସ, ଯୋଗେଶ୍ବର ସିଂହ।

୩-୩ ବାସ୍କେଟ୍‌ବଲ୍‌ ଦଳ: ଘୋଷିତ ହୋଇନାହିଁ। ବକ୍ସିଂ: ମହିଳା-ସାକ୍ଷୀ ଚୌଧୁରୀ (୫୧ କିଲୋଗ୍ରାମ), ପ୍ରୀତି ପାୱାର (୫୪ କିଲୋଗ୍ରାମ), ଜସ୍ମିନ୍‌ ଲମ୍ବୋରିଆ (୫୭ କିଲୋଗ୍ରାମ), ପ୍ରିୟା ଘଙ୍ଗାସ୍‌ (୬୦ କିଲୋଗ୍ରାମ), ପରବୀନ ହୁଡ଼ା (୬୫ କିଲୋଗ୍ରାମ), ଅରୁନ୍ଧତୀ ଚୌଧୁରୀ (୭୦ କିଲୋଗ୍ରାମ), ଲଭଲିନା ବରଗୋହାଇଁ (୭୫ କିଲୋଗ୍ରାମ)। ପୁରୁଷ-ଯଦୁମଣି ସିଂହ (୫୫ କିଲୋଗ୍ରାମ), ସଚିନ ସିୱାଚ (୬୦ କିଲୋଗ୍ରାମ), ଆଦିତ୍ୟ ପ୍ରତାପ ସିଂହ (୬୫ କିଲୋଗ୍ରାମ), ସୁମିତ କୁଣ୍ଡୁ (୭୦ କିଲୋଗ୍ରାମ), ଅଙ୍କୁଶ (୮୦ କିଲୋଗ୍ରାମ), କପିଳ ପୋଖରିୟା (୯୦ କିଲୋଗ୍ରାମ), ନରେନ୍ଦର ବେରୱାଲ (+୯୦ କିଲୋଗ୍ରାମ)।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ବାଦ୍‌ ପଡ଼ିଥିବା ୯ ଖେଳ: ଖର୍ଚ୍ଚ କାଟ ପାଇଁ ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ୯ଟି ନିୟମିତ ଖେଳ ଶୃଙ୍ଖଳାକୁ ବାଦ ଦିଆଯାଇଛି। ସେଗୁଡ଼ିକ ହେଉଛି-କ୍ରିକେଟ୍‌, ହକି, କୁସ୍ତି, ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ୍‌ ଟେନିସ୍‌, ସ୍କ୍ବାସ୍‌, ସୁଟିଂ, ଟ୍ରାଏଥଲନ୍‌ ଏବଂ ରଗ୍‌ବି ସେଭେନ୍ସ। ସୁଟିଂକୁ ପୂର୍ବଥର ଭଳି ଦୂରେଇ ରଖାଯାଇଛି। ଭାରତ ପାଇଁ ଏହା ସବୁଠାରୁ ବଡ଼ ଝଟ୍‌କା ଭଳି ହେବ। କ୍ରିକେଟ୍‌, ହକି, ବ୍ୟାଡ୍‌ମିଣ୍ଟନ୍‌, ରଗ୍‌ବି ସେଭେନ୍ସ, ସୁଟିଂ, ଟେବୁଲ୍‌ ଟେନିସ୍‌ରେ ଭାରତ ନିଶ୍ଚିତ ପଦକ ଜିତିବାର ସମ୍ଭାବନା ଥିବାରୁ ଏଥର ଯେ ମୋଟ ସଂଖ୍ୟାରେ ଆଶାଜନକ ପଦକ ମିଳିବ ନାହିଁ ଏହା ନିଶ୍ଚିତ ରହିଛି। କାରଣ ୨୦୨୨ ବର୍ମିଂହାମ ସଂସ୍କରଣ ରାଜ୍ୟଗୋଷ୍ଠ କ୍ରୀଡ଼ାରେ ଭାରତ ୬୧ ପଦକ ଜିତିଥିବାବେଳେ କେବଳ କୁସ୍ତି (୧୨), ବ୍ୟାଡ୍‌ମିଣ୍ଟନ୍‌ (୬), ଟେବୁଲ୍‌ ଟେନିସ୍‌ (୭), କ୍ରିକେଟ୍‌ (୧)ରୁ ଭାରତ ହାତେଇଥିଲା ୨୬ ପଦକ। ଏହାର ଅଧା (୧୩) ଥିଲା କେବଳ ସ୍ବର୍ଣ୍ଣ ପଦକ। ବର୍ମିଂହାମରେ ଭାରତ ୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ, ୨୩ କାଂସ୍ୟ ସହ ମୋଟ ୬୧ ପଦକ ଜିତି ଚତୁର୍ଥରେ ରହିଥିଲା। ସୁଟିଂ ସାମିଲ ନଥିଲେ ମଧ୍ୟ ଭାରତ ଭଲ ପଦକ  ଅମଳ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.