CM Vijay: ମୁଁ ପୁଲିସ ଉପରେ ବିଶ୍ବାସ କଲି; ସେମାନେ ମୋତେ ଦଳାଚକଟା ପାଇଁ ଦୋଷୀ କଲେ: ବିଜୟ

2 hours ago 1
ARTICLE AD BOX

ଚେନ୍ନାଇ: ଦଳାଚକଟା ଘଟଣାର ୯ ମାସ ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟ କରୁର୍‌ ଗସ୍ତ କରିଛନ୍ତି। ବିଜୟଙ୍କ ରାଲିବେଳେ କରୁର୍‌ରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ‌ହୋଇଥିଲା ଓ ଶତାଧିକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ଶୁକ୍ରବାର ପ୍ରଥମ ଥର କରୁର୍‌ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏହି ଦୁଃଖଦ ଘଟଣାରେ ତାଙ୍କ ଭୂମିକାକୁ ନେଇ ସଫେଇ ଦେବା ସହିତ ପୁଲିସ ଓ ତତ୍‌କାଳୀନ ଡିଏମ୍‌କେ ସରକାରକୁ ଟାର୍ଗେଟ କରିଛନ୍ତି। ବିଜୟ କରୁର୍‌ ଦଳାଚକଟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ବିଜୟ ଅତି ଭାବପ୍ରବଣତାର ସହିତ ଏହି ଦୁଃଖଦ ଘଟଣାଟିକୁ ମନେ ପକାଇ କହିଲେ ଯେ, ଏହି କ୍ଷତି ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। କରୁର୍‌ ଦଳାଚକଟା ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଆମେ ଆମ ଭଉଣୀଙ୍କ ପିଲାଙ୍କୁ ହରାଇଛୁ ବୋଲି କହିଛନ୍ତି।

ରାଲିରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

ସୂଚନାଯୋଗ୍ୟ, ଗତବର୍ଷ ବିଜୟଙ୍କ ଭେଲୁସାମିପୁରମ୍‌ ରାଲିରେ ହଜାର ହଜାର ସଂଖ୍ୟକ ପ୍ରଶଂସକ ଓ ସମର୍ଥକ ଏକତ୍ରିତ ହୋଇଥିବାବେଳେ ଦଳାଚକଟାରେ ଅନେକ ଶିଶୁ ଓ ବିଜୟଙ୍କ ଯୁବ ପ୍ରଶଂସକ ସମେତ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସିବିଆଇ ଏହି ଦଳାଚକଟା ଘଟଣାର ତଦନ୍ତ କରୁଛି। ଦଳାଚକଟା ପାଇଁ ତାଙ୍କ ଦଳ ଟିଭିକେ ଦାୟୀ ନୁହେଁ ବୋଲି ବିଜୟ କହିବା ସହିତ ଭିଡ଼ ପରିଚାଳନା ପୁଲିସର ଦାୟିତ୍ବ ବୋଲି କହିଥିଲେ। ବିଜୟ କହିଥିଲେ, ମୁଁ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଉପରେ ବିଶ୍ବାସ କରିଥିଲି, କିନ୍ତୁ ଏତେ ଲୋକଙ୍କ ମୃତ୍ୟୁ ପାଇଁ ମୋତେ ଦୋଷୀ କରାଯାଇଥିଲା। ରାଲିରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଟିଭିକେ ମୁଖ୍ୟ କହିଛନ୍ତି ଯେ, କର୍ତ୍ତୃପକ୍ଷ ତାଙ୍କ ଦଳକୁ ପରିସ୍ଥିତି ଖରାପ ହେଉଥିବା ବିଷୟରେ ସତର୍କ କରାଇ ଏହି ଦୁଃଖଦ ଘଟଣା ରୋକିପାରିଥାନ୍ତେ। ଏହା ବଦଳରେ ସେମାନେ ଡ୍ରାମା କରି ମୋ ଉପରେ ଦୋଷ ଲଦି ଦେଇଥିଲେ ବୋଲି ବିଜୟ ଅଭିଯୋଗ କରିଛନ୍ତି। ଦଳାଚକଟାରେ ମୃତ୍ୟୁ ଘଟିଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦଳ ଟିଭିକେ ପକ୍ଷରୁ କରୁରରେ ଏକ ସ୍ମାରକୀ ନିର୍ମାଣ କରାଯିବ। 

Sheikh Hasina: ବାଂଲାଦେଶ ଫେରିବେ ଶେଖ୍ ହସିନା: କହିଲେ ‘ଗିରଫ କରନ୍ତୁ କିମ୍ବା ମାରିଦିଅନ୍ତୁ, ନିଜ ମାଟିରେ ହିଁ ମରିବାକୁ ଚାହେଁ’

ବିଜୟ ଏମ୍‌କେ ଷ୍ଟାଲିନଙ୍କ ଡିଏମ୍‌କେକୁ ଟାର୍ଗେଟ କରି ତାଙ୍କୁ ମୃତକଙ୍କ ପରିବାରକୁ ଭେଟିବାକୁ ନଦେବା ପାଇଁ ଚେଷ୍ଟା କରାଯାଉଥିବା କହି ତୀବ୍ର ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ, ବିଜୟ କରୁର୍‌ ମୃତକଙ୍କ ପରିବାରକୁ ଭେଟି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ, ତେଣୁ ତାଙ୍କୁ କରୁର୍‌ ଯିବାକୁ ଅନୁମତି ନଦେବା ପାଇଁ ଡିଏମ୍‌କେ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ତେବେ କୋର୍ଟକୁ ରାଜନୈତିକ ମଞ୍ଚ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତୀବ୍ର ଭର୍ତ୍ସନା ପରେ ଡିଏମ୍‌କେ ତା’ର ଆବେଦନ ପ୍ରତ୍ୟାହାର କରିଥିଲା। ସେହିପରି କରୁର୍‌ ବିଧାନସଭା ଉପନିର୍ବାଚନରେ ଡିଏମ୍‌କେକୁ କଡ଼ା ଜବାବ ଦେବାକୁ ବିଜୟ ଭୋଟରଙ୍କୁ ନିବେଦନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.