CM’s Public Grievance ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ

23 hours ago 4
ARTICLE AD BOX

ଭୁବନେଶ୍ବର: ଆସନ୍ତା ସୋମବାର (ଅଗଷ୍ଟ ୧୭)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି। 

Advertisment

ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି: ୧୦୦୦ ଅନ୍‌ଲାଇନ୍‌ ପଂଜୀକରଣ ବୁକିଂ ଶେଷ
ଆଜି (ଶୁକ୍ରବାର) ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.