climate resilience Odisha ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ

1 hour ago 1
ARTICLE AD BOX

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ। ଏତଦବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I

National Handloom Day: ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ; ସପ୍ତାହକୁ ଥରେ ହାତବୁଣା ବସ୍ତ୍ର ପିନ୍ଧ: ରାଜ୍ୟପାଳ

ସୋମବାର ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

Odisha Governor Advises ୨୦୨୩ ବ୍ୟାଚ୍‌ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, ଜନକଲ୍ୟାଣ ଯୋଜନାକୁ ଭଲଭାବେ ଜାଣନ୍ତୁ

ରାଜ୍ୟପାଳ କହିଥିଲେ ଯେ, ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ। ୩-ଆର୍‌ ନୀତି ‘Reduce, Reuse and Recycle’ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। Mission 30 by 30’ ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

Sambalpuri Day: ଆଜି ସମ୍ବଲପୁରୀ ଦିନ୍, ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ ଫାଦର କେ ଏସ୍. କାସିମିର୍ ଏସ୍‌ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ଇଏସ୍‌ଜି ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଳେ। Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.