Climate Panchayat ରାଇରଙ୍ଗପୁରରେ ‘କ୍ଲାଇମେଟ ପଞ୍ଚାୟତ’ ଅନୁଷ୍ଠିତ

1 hour ago 1
ARTICLE AD BOX

ରାଇରଙ୍ଗପୁର:  ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁରଠାରେ କ୍ଳାଇମେଟ ପଂଚାୟତ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ବୃକ୍ଷ ରୋପଣ କରାଯାଇଥିଲା ।

ରାଇରଙ୍ଗପୁରସ୍ଥ ତାରିଣୀ ନଗର ନିକଟରେ ଥିବା ଜଙ୍ଗଲ ନିକଟରେ ଆୟୋଜିତ କ୍ଳାଇମେଟ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ୍ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ କହିଥିଲେ,  ପରିବେଶ ସୁରକ୍ଷା ଆମ ଦାୟିତ୍ଵ।  ଏଣୁ ବୃକ୍ଷ ରୋପଣ କରିବା ସହିତ କିପରି ତାହାର ଯତ୍ନ ନେବା ଆବଶ୍ୟକ।  ଯଦି ଆମେ ବୃକ୍ଷ ରୋପଣ ନକରିବା ତାହେଲେ ଭବିଷ୍ୟତରେ ଆମେ ଅମ୍ଳଜାନ ମଧ୍ୟ ବୋତଲ କିମ୍ବା ସିଲିଣ୍ଡର୍ ରେ କିଣିବାକୁ ପଡିବ ବୋଲି କହିଥିଲେ।

Climate Panchayar: ‘ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ’

ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ଡିଏଫ୍ଓ ସୁବ୍ରତ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ପରିବେଶବିତ୍ ଲଳିତ ମହାନ୍ତ, ଟେକ୍ନୋୱାଲ୍ଡ କଲେଜର ଅଧ୍ୟାପକ ପ୍ରଦ୍ୟୁମ୍ନ ଦତ୍ତ ପ୍ରମୁଖ ଯୋଗଦେଇଥିଲେ। ନିଜ ନିଜ ଅଭିଭାଷଣରେ,  ଜଳବାୟୁ ପରିବର୍ତ୍ତନରେ କିପରି ସୁଧାର ଅଣାଯାଇ ପାରିବ ଏବଂ ଏହାଦ୍ବାରା ହେଉଥିବା କ୍ଷୟକ୍ଷତିକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । 

କାର୍ଯ୍ୟକ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହୁ ଜନ ସାଧାରଣ ଓ ଟେକ୍ନୋୱାଲ୍ଡ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Climate Panchayat ଭଦ୍ରକରେ ପରିବେଶ ପଞ୍ଚାୟତ ଓ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମକୁ କନକ ନ୍ୟୁଜ୍ ପ୍ରତିନିଧି ମଳୟ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିବା ବେଳେ ଟେକ୍ନୋୱାଲ୍ଡ କଲେଜର ଭବାନୀ ଶଙ୍କର ମହାନ୍ତି, ଉମାକାନ୍ତ ମହାନ୍ତ,ମୋହନ ମାଝୀ, ଅଜୟ କୁମାର ମହାପାତ୍ର, ସିପୁନ ମହାନ୍ତି, ଶିକ୍ଷା ମହାନ୍ତି, କିରଣବାଳା ମହାନ୍ତ, ଶ୍ରୁତି ରେଖା ଦାସ,ନିଖିଲ ଗିରି,ଲବ୍ୟମାନ ପ୍ରଧାନ, ଓମ୍ ସାଗର ନନ୍ଦ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ । ରାଇରଙ୍‌ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ବ ଏବେ ଚିନ୍ତାରେ । ଏହି କାରଣରୁ ବର୍ଷକୁ ବର୍ଷ ଉତ୍ତାପ ବୃଦ୍ଧି, ଅସ୍ୱାଭାବିକ ବର୍ଷା,ବଜ୍ରପାତ ବୃଦ୍ଧି ଆଦି ଘଟଣା ସବୁ ଦେଖିବାକୁ ମିଳୁଛି । ଏହିପରି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ସମ୍ବାଦ ପରିବାର ପକ୍ଷରୁ ସମ୍ପାଦିକ ତନୟା ପଟ୍ଟନାୟକଙ୍କ ପ୍ରେରଣାରେ  "ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.