Climate Panchayat: ‘ଆମେ ସମସ୍ତେ ସଚେତନ ହେଲେ ପୂର୍ବ ଭଳି ପରିବେଶ ଗଠନ ହୋଇପାରିବ’

1 hour ago 1
ARTICLE AD BOX

ଝରିଗାଁ (ରମେଶ ପଟ୍ଟନାୟକ): ପୂର୍ବ ପୁରୁଷଙ୍କ ପରିବେଶ ଏବେ ନଷ୍ଟ ହେବାରେ ଲାଗିଛି। ପୁଣି ଥରେ ପୂର୍ବ ପୁରୁଷଙ୍କ ପରିବେଶ ସୃଷ୍ଟି ପାଇଁ ସମସ୍ତେ ସଚେତନ ହୋଇ ନିଜ ଅଞ୍ଚଳରେ ଗଛ ଲଗେଇବା ସହ ଯତ୍ନ ନେବାର ସମୟ ଆସିଛି। ଦୈନିକ ‘ସମ୍ବାଦ’ ପକ୍ଷରୁ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଝରିଗାଁ ବିଧାୟକ ନରସିଂ ଭତ୍ରା।

ବିଧାୟକ ଶ୍ରୀ ଭତ୍ରା କହିଛନ୍ତି ପରିବେଶ ସୁରକ୍ଷା ସମସ୍ତଙ୍କ ଦାଇତ୍ୱ।ବିକାଶ ସହ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ଚାଷ ଜମିରେ ସାରର ବହୁଳ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ ସାହିତ୍ୟଘର’ ସଭାପତି ବୀରେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର କାରଣ, ପ୍ରଭାବ ସହ ସମାଧାନ ଉପରେ ମତ ଦେବା ସହ ଜୀବନ ଓ ଖାଦ୍ୟ ଶୈଳୀ ପରିବର୍ତ୍ତନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସେହିଭଳି ବିକଶିତ କାର୍ଯ୍ୟ କରିବା ପୂର୍ବରୁ ପରିବେଶ ସୁରକ୍ଷା ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପରିବେଶବିତ ରବୀନ୍ଦ୍ର ନାଥ ଯୋଗ ଦେଇ ଝରିଗାଁ ବ୍ଲକରେ ଗତ ୩୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ବହୁଳ ମାତ୍ରା ହୋଇଛି। ଏହାର ପ୍ରଭାବରେ ବନ୍ୟପ୍ରାଣୀ, ପଶୁପକ୍ଷୀ ସହ ପ୍ରାକୃତିକ ସମ୍ପଦ ପ୍ରାୟ ଲୋପ ହୋଇ ଯାଇଛି। ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରରେ ବୈଠକ କରି ଲୋକ ମାନଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଝରିଗାଁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ କୁମାର ସିଂ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱଳ୍ପ ବୃଷ୍ଟିପାତ ହେଉଛି। ଏହାର ପ୍ରଭାବରେ ଚାଷ ହୋଇ ପାରୁନାହିଁ। ତେଣୁ ସମସ୍ତେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇ ବହୁଳ ମାତ୍ରାରେ ଚାରା ରୋପଣ କରିବା ସହ ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ।

WhatsApp Image 2026-07-10 at 15.09.21

ଝରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସମସ୍ତେ ସଚେତନ ହୋଇ ଏହାର ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଥିଲେ।ଜଳବାୟୁ ପରିବର୍ତ୍ତନ ଜଙ୍ଗଲ କ୍ଷୟ ସହ ଅନ୍ୟାନ୍ୟ କାରଣ ଯୋଗୁଁ ହେଉଥିବା ନେଇ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶପ୍ରେମୀ ଗିରି ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ପ୍ରତାପ ବାଘ, ବିକି ରଥ, ଶଙ୍କର ସାହୁ, ଫିରୋଜ ଷଡ଼ଙ୍ଗୀ, ଦିପୁନ ନନ୍ଦ, ବିଶ୍ୱଜିତ ନାୟକ, ରାମ ଡଙ୍ଗରି, ରଥ ଗୌଡ଼ ପ୍ରମୁଖ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁରଜିଲ୍ଲା କନକ ନ୍ୟୁଜ ପ୍ରତିନିଧି ନଳିନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଝରିଗାଁ ବ୍ଲକ ‘ସମ୍ବାଦ’ ପ୍ରତିନିଧି ରମେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Environment is necessary: ବିକାଶ ଓ ପରିବେଶ ମଧ୍ୟରେ ସମନ୍ବୟ ଜରୁରି: ବିଧାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.