CJP Protest: ପୁଲିସ ଲାଠିମାଡ଼ରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଭେଟିଲେ ନଡ୍ଡା

3 hours ago 2
ARTICLE AD BOX

ନୂଆଦିଲ୍ଲୀ: ସୋମବାର ସିଜେପି (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନ ସମୟରେ ପୁଲିସର ଲାଠିମାଡ଼ ‌ଯୋଗୁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାମ ମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲରେ ଭେଟିଛନ୍ତି ଏବଂ ସେମାନଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମଧ୍ୟ ହସ୍ପିଟାଲ୍‌ର ଡାକ୍ତରମାନଙ୍କ ସହ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି ଏବଂ ସେମାନଙ୍କୁ କିଭଳି ଚିକିତ୍ସା ପ୍ରଦାନ କରାଯାଉଛି ତା’ର ସମୀକ୍ଷା କରିଛନ୍ତି।

ତେବେ ନଡ୍ଡାଙ୍କ ବାଦ୍‌ ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆର୍‌ଏମ୍‌ଏଲ୍‌ ହସ୍ପିଟାଲରେ ଆହତମାନଙ୍କୁ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ସିଜେପିର ସଂସଦ ଅଭିମୁଖେ ଆନ୍ଦୋଳନ ଯାତ୍ରା ହିଂସାତ୍ମକ ମୋଡ଼ ନେଇଥିଲା। ପୁଲିସ ଓ ଆନ୍ଦୋଳନକାରୀ ସଂଘର୍ଷ ଯୋଗୁ ୧୧୮ ପୁଲିସ ଆହତ ହୋଇଛନ୍ତି ବୋଲି ଦିଲ୍ଲୀ ପୁଲିସ ଦାବି କରିଛି। ପାଖାପାଖି ୬୦ ଆନ୍ଦୋଳନକାରୀ ମଧ୍ୟ ପୁଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ ଆନ୍ଦୋଳନକାରୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ସେମାନେ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ। ପୁଲିସ ଏହି ଘଟଣାାରେ ଏକାଧିକ ଏତଲା ରୁଜୁ କରିଛି। 

CJP Protest: ସିଜେପି ଆନ୍ଦୋଳନକୁ ବଲିଉଡ୍‌ କଳାକାରଙ୍କ ସମର୍ଥନ

ଦିଲ୍ଲୀରେ ସିଜେପି (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନ ସମୟ‌ରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଜଣେ ୨୦ ବର୍ଷୀୟା ମହିଳା ରାମ ମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସୋମବାର ହୋଇଥିବା ଆନ୍ଦୋଳନରେ ମୋଟ୍‌ ୯୦ ଛାତ୍ର ଆହତ ହୋଇଛନ୍ତି। ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଲାଠିମାଡ଼ ସମୟରେ ଜଣେ ମହିଳା ଏକ ବ୍ୟାରିକେଡ୍‌ରେ ପିଟି ହୋଇ ଆହତ ହୋଇଥିଲେ। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେ ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଏବେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର ସକାଳ ସୁଦ୍ଧା ହସ୍ପିଟାଲ୍‌ରୁ ୭୯ ଆହତ ଛାତ୍ର ଡିସଚାର୍ଜ ହୋଇଛନ୍ତି। ଦିଲ୍ଲୀ ପୁଲିସ ଦାବି କରିଛି ଯେ ଆନ୍ଦୋଳନକାରୀଙ୍କ ସହ ସଂଘର୍ଘ ଯୋଗୁ ୧୧୮ ପୁଲିସ ଆହତ ହୋଇଛନ୍ତି। ଆନ୍ଦୋଳନକାରୀ ମଧ୍ୟ ୨୦ ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.