CJP Protest: ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି

3 hours ago 3
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ସିଜେପି (କକ୍ରୋଚ୍‌ ଜନତା ପାର୍ଟି)ର ‘ଚଲୋ ସଂସଦ’ ଆନ୍ଦୋଳନ ସମୟରେ ଘଟିଥିବା ହିଂସା ଘଟଣାରେ ଦିଲ୍ଲୀ ପୁଲିସ ସିଜେପି ନେତା ଅଭିଜିତ ଦୀପକେ ଓ ଅନ୍ୟାନ୍ୟ ସଂଗଠକଙ୍କ ସମେତ ଅନେକଙ୍କ ବିରୋଧରେ ଏକାଧିକ ଏଫ୍‌ଆଇଆର୍‌ ରୁଜୁ କରିଛି। ସୋମବାର ଜନ୍ତରମନ୍ତରରୁ ସଂସଦ ଅଭିମୁଖେ ବାହାରିଥିବା ପଦଯାତ୍ରା ସମୟରେ ହିଂସା, ସରକାରୀ ସମ୍ପତ୍ତି ନଷ୍ଟ, ପୁଲିସ ଉପରେ ଆକ୍ରମଣ ଏବଂ ନିଷେଧାଦେଶ ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ଦିଲ୍ଲୀ ପୁଲିସ କହିଛି, ସଂସଦର ମୌସୁମୀ ଅଧିବେଶନକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଜିଲ୍ଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌)ର ଧାରା ୧୬୩ ଲାଗୁ କରାଯାଇଥିଲା ଏବଂ ସଂସଦ ଅଭିମୁଖେ ପଦଯାତ୍ରା ପାଇଁ ଅନୁମତି ଦିଆଯାଇ ନ ଥିଲା। ଏହା ସତ୍ତ୍ୱେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବା ସହ ପୁଲିସ ଉପରେ ପଥର ମାଡ଼ କରିଥିଲେ ଏବଂ ଦୁଇଟି ପୁଲିସ ବସ୍‌ ସମେତ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର କ୍ଷତି କରିଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଲାଠିମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା।

CJP Protest: ସିଜେପି ଆନ୍ଦୋଳନକୁ ବଲିଉଡ୍‌ କଳାକାରଙ୍କ ସମର୍ଥନ

ଘଟଣାରେ ୧୧୮ ଜଣ ପୁଲିସ ଓ ଅର୍ଦ୍ଧସାମରିକ ବଳର କର୍ମଚାରୀଙ୍କ ସମେତ ପ୍ରାୟ ୬୦ ଜଣ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ୭୦ ଜଣଙ୍କୁ ଅଟକ ରଖାଯାଇଥିଲା। ଏହି ହିଂସା ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୪ଟି ଏଫ୍‌ଆଇଆର୍‌ ରୁଜୁ କରିଥିବା ବେଳେ ଆଉ ୨ଟି ଏଫ୍‌ଆଇଆର୍‌ ରୁଜୁ କରିବା ପ୍ରକ୍ରିୟା ଚାଲିଛି। ଏଥିମଧ୍ୟରୁ ଗୋଟିଏ ମାମଲା ବୃହତ୍‌ ଷଡ଼ଯନ୍ତ୍ର ସହ ଜଡ଼ିତ ଥିବା ବେଳେ ଅନ୍ୟ ଗୋଟିଏ ମାମଲା ସଂସଦ ଅଧିବେଶନ ସମୟରେ ନିଷିଦ୍ଧ ଅଞ୍ଚଳରେ ଅନୁମତି ବିନା ଡ୍ରୋନ୍‌ ଉଡ଼ାଇବା ସମ୍ପର୍କିତ। ଅନ୍ୟପକ୍ଷରେ ସିଜେପି ପୁଲିସର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ସଂଗଠନର ଅଭିଯୋଗ ଅନୁସାରେ, ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରୁଥିବା ବେଳେ ପୁଲିସ ଲାଠିମାଡ଼ ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ସିଜେପି ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଆନ୍ଦୋଳନ ଜାରି ରଖିବ ବୋଲି କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.