ARTICLE AD BOX
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ‘କକ୍ରୋଚ୍’ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦମଧ୍ୟରେ ସିଜେଆଇ ସୂର୍ଯ୍ୟକାନ୍ତ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ପୂର୍ବରୁ ମଧ୍ୟ ସେ ସ୍ପଷ୍ଟୀକରଣ ଦେଇଥିଲେ। ଡିଡି ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଇଛି ଏବଂ ଏହାକୁ ଦେଶର ଯୁବପିଢ଼ିକୁ ବିଭ୍ରାନ୍ତ କରିବା ପାଇଁ ଅପବ୍ୟବହାର କରାଯାଇଛି। ଅଦାଲତ ଶୁଣାଣିର ଅସମ୍ପୂର୍ଣ୍ଣ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ପ୍ରସାରଣକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ :Dead: ୮ ଦିନ ତଳେ ବଦଳି ହୋଇ ଆସିଥିଲେ, ଜୀବନ ହାରିଲେ ଦିଗପହଣ୍ଡି ଜେଲ୍ ୱାଡେନ୍
୨୦୨୬ ମେ ୧୫ରେ ସୁପ୍ରିମ୍କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଜାଲ୍ ଡିଗ୍ରି ଥିବା କେତେକ ବ୍ୟକ୍ତିଙ୍କୁ ‘କକ୍ରୋଚ୍’ ସହ ତୁଳନା କରି ସିଜେଆଇ ସୂର୍ଯ୍ୟକାନ୍ତ ମନ୍ତବ୍ୟ ଦେଇଥିବା ଖବର ପ୍ରକାଶ ପାଇଥିଲା। ଏଭଳି ଲୋକେ ସୋସିଆଲ ମିଡିଆ କିମ୍ବା ଆର୍ଟିଆଇ କର୍ମୀ ପରିଚୟ ଦେଇ ବ୍ୟବସ୍ଥାକୁ ଟାର୍ଗେଟ୍ କରୁଥିବା ନେଇ ଶୁଣାଣି ବେଳେ ତାଙ୍କ ମନ୍ତବ୍ୟ ଆସିଥିଲା। ଏହା ପରେ ଯୁବପିଢ଼ି ମଧ୍ୟରେ ପ୍ରତିକ୍ରିୟା ଦେଖାଦେବା ସହ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ନାମରେ ଏକ ବ୍ୟଙ୍ଗାତ୍ମକ ଅନ୍ଲାଇନ୍ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଆହୁରି ପଢନ୍ତୁ :Gallantry and service medals : ସ୍ବାଧୀନତା ଦିବସ ପୂର୍ବରୁ ୧୦୫୭ ଜଣଙ୍କୁ ସାହସିକତା ଓ ସେବା ପଦକ ଘୋଷଣା
ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ତାଙ୍କ ମନ୍ତବ୍ୟର ଭୁଲ୍ ଅର୍ଥବାହାର କରାଯାଇଛି। ସେ ଯାହା କହିନଥିଲେ, ତାହାକୁ ତାଙ୍କ ମୁହଁରେ କୁହାଯାଇଥିବା ପରି ପ୍ରଚାର କରାଯିବା ଦୁର୍ଭାଗ୍ୟଜନକ। ଅଦାଲତୀ କାର୍ଯ୍ୟାନୁଷ୍ଠାନର ରିପୋର୍ଟିଂ ବେଳେ ଗଣମାଧ୍ୟମ ଓ ସୋସିଆଲ ମିଡିଆ ସହ ଜଡ଼ିତ ଲୋକେ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସ୍ବଚ୍ଛତା ପାଇଁ କୋର୍ଟ ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିଥିଲେ ମଧ୍ୟ ଏହାର ଦୁରୁପଯୋଗ ହେବା ଉଚିତ ନୁହେଁ ବୋଲି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି।

19 hours ago
3


