ARTICLE AD BOX
ଭେଲୋର: ଭେଲୋରର ତିରୁଭାଲମର ମଞ୍ଜୁକୃଷ୍ଣପୁରମରେ ଗୁରୁବାର ଏକ ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଘଟଣାଟି ଅପରାହ୍ଣ ୪ଟା ୩୦ ମିନିଟରେ ଘଟିଥିଲା। ସିଏସ୍ଆଇ ଜିଅନ୍ ହିଲ୍ ଚର୍ଚ୍ଚର କଂକ୍ରିଟ କାମ ଚାଲିଥିବାବେଳେ ଛାତ ଭୁଶୁଡ଼ି ପଡ଼ିଥିଲା, ଫଳରେ କାର୍ଯ୍ୟରତ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାରକାର୍ଯ୍ୟ ଗୁରୁବାର ରାତି ପର୍ଯ୍ୟନ୍ତ ଚାଲିଥିଲା। ଆହତ ୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଦୁକମ୍ପରାଇର ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଓ ଭେଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୦ ଜଣ ସାମାନ୍ୟ ଆହତ ହୋଇଥିଲେ।
ଭଗ୍ନାବଶେଷରୁ ମୃତଦେହ ଉଦ୍ଧାର
ମୃତକମାନେ ହେଲେ ବେଙ୍ଗାଲୁରୁର ଜଣେ କୋଠା ଠିକାଦାର ଜନ୍ (୩୯); ହସ୍ପିଟାଲକୁ ନେବା ସମୟରେ ଆନ୍ଧ୍ର ପ୍ରଦେଶର ଜଣେ ଶ୍ରମିକ ଇମାନୁଏଲ (୪୫)ଙ୍କର ମୃତ୍ୟୁ ହୋଇଥିଲ। ଆନ୍ଧ୍ର ପ୍ରଦେଶର ଆଉ ଜଣେ ଶ୍ରମିକ ସାମୁଏଲ୍ (୪୫)ଙ୍କ ମୃତଦେହ ପରେ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା। ନିର୍ମାଣାଧୀନ ଚର୍ଚ୍ଚ ଭୁଶୁଡ଼ି ପଡ଼ିବା ପରେ ଥିରୁଭାଲମ ପୁଲିସ ଷ୍ଟେସନ ଓ କଟପାଡି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏନ୍ଡିଆର୍ଏଫ୍ର ୩୦ ଜଣିଆ ଦଳ ଓ ୪ ସନ୍ଧାନୀ କୁକୁର ଉଦ୍ଧାରକାର୍ଯ୍ୟରେ ନିୟୋଜନ କରାଯାଇଥିଲା। ଥିରୁଭାଲମ୍ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅନେକ ନିର୍ମାଣ ଶ୍ରମିକ ରକ୍ଷା ପାଇ ଯାଇଥିଲେ କାରଣ ଯେତେବେଳେ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିଥିଲା, ସେମାନେ ପରିସର ପାଖରେ ବିରିଆନୀ ପରିବେଷଣ କରିବା ପାଇଁ ଚର୍ଚ୍ଚଠାରୁ ଦୂରରେ ଥିଲେ।
PM Modi: ୯/୧୧ ଆକ୍ରମଣକୁ ୨୫ ବର୍ଷ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

3 hours ago
1


