ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନଙ୍କୁ ହତ୍ୟା ଧମକ ମିଳିଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଦାୟିତ୍ବରେ ଥିବା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ପାଶ୍ବାନଙ୍କୁ କୁଖ୍ୟାତ ଆତଙ୍କବାଦୀଙ୍କ ଦ୍ବାରା ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଯାଇଛି। ସିଆର୍ପିଏଫ୍ ଓ ବିହାର ସରକାର ନଜରକୁ ମଧ୍ୟ ଏହା ଅଣାଯାଇଛି। ପାଶ୍ବାନଙ୍କ ସଚିବଙ୍କ ନିକଟରୁ ଗୃହ ମନ୍ତ୍ରାଳୟକୁ ଏକ ଚିଠି ପଠାଯାଇଛି ଏବଂ ଏଥିରେ ଲେଖାଯାଇଛି ଯେ ଏକ ଦସ୍ତଖତ ନ ଥିବା ଚିଠି ଆସିଛି।
ଆହୁରି ପଢନ୍ତୁ :CBI: ସିବିଆଇ ଦ୍ବାରା ୭,୨୨୯ ଦୁର୍ନୀତି ମାମଲାର ବିଚାର ବିଳମ୍ବିତ
ଏଥିରେ ୨ଟି ମୋବାଇଲ୍ ନମ୍ବର ରହିଛି। ଏହାକୁ ଖୋଲିବାପରେ ଏଥିରେ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଚିଠିରେ ଲେଖାଯାଇଛି ଖୁବ୍ଶୀଘ୍ର ଆପଣଙ୍କୁ କୁଖ୍ୟାତ ଆତଙ୍କବାଦୀଙ୍କ ଦ୍ବାରା ହତ୍ୟା କରାଯିବ। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଆବଶ୍ୟକ ପଡ଼ିଲେ ପାଶ୍ବାନଙ୍କ ସୁରକ୍ଷା ବୃଦ୍ଧି କରାଯିବ।

1 month ago
21


