Chinese Women: ୩୭ ବର୍ଷ ପରେ ଖୋଲିଲା ଜନ୍ମବେଳେ ବଦଳର ରହସ୍ୟ

1 hour ago 1
ARTICLE AD BOX

ବେଜିଂ: ଚୀନ୍‌ରେ ୩୭ ବର୍ଷ ପୂର୍ବେ ଜନ୍ମ ସମୟରେ ଭୁଲବଶତଃ ପରସ୍ପର ସହ ବଦଳି ଯାଇଥିବା ଦୁଇ ମହିଳାଙ୍କ ଘଟଣା ଏବେ ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଦୁହେଁ ନିଜ ଜୈବିକ ପରିବାରଠାରୁ ଅଲଗା ହୋଇ ବଢ଼ିଥିଲେ ମଧ୍ୟ ସେମାନଙ୍କ ପାଳକ ପରିବାରର ଘର ପରସ୍ପରଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିଲା। ଏତେ ନିକଟରେ ରହିଥିଲେ ସୁଦ୍ଧା ପ୍ରାୟ ଚାରି ଦଶନ୍ଧି ଧରି ସେମାନେ ପ୍ରକୃତ ସତ୍ୟ ସମ୍ପର୍କରେ କିଛି ଜାଣିପାରି ନ ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୯୮୮ରେ ଚୀନ୍‌ର ଏକ ହସ୍ପିଟାଲରେ ଏହି ଦୁଇ ଶିଶୁକନ୍ୟାଙ୍କ ଜନ୍ମ ହୋଇଥିଲା। ସେତେବେଳେ ହସ୍ପିଟାଲର ଅବହେଳା କିମ୍ବା ପ୍ରଶାସନିକ ତ୍ରୁଟି ଯୋଗୁଁ ସେମାନଙ୍କୁ ଭୁଲ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଫଳରେ ଉଭୟ ନିଜ ଜୈବିକ ପିତାମାତାଙ୍କ ପରିବର୍ତ୍ତେ ଅନ୍ୟ ପରିବାରରେ ବଢ଼ିଥିଲେ। ସମ୍ପ୍ରତି ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରବର୍ତ୍ତୀ ସମୟରେ କରାଯାଇଥିବା ଡିଏନ୍‌ଏ ପରୀକ୍ଷାରୁ ସତ୍ୟ ଉନ୍ମୋଚିତ ହୋଇଥିଲା। ଡିଏନ୍‌ଏ ରିପୋର୍ଟରେ ଜଣାପଡ଼ିଥିଲା ଯେ, ଯେଉଁ ପରିବାରରେ ସେମାନେ ବଢ଼ିଛନ୍ତି, ସେମାନେ ପ୍ରକୃତରେ ସେହି ପରିବାରର ଜୈବିକ ସନ୍ତାନ ନୁହନ୍ତି। ଏହାପରେ ତଦନ୍ତ କରାଯିବାରୁ ୩୭ ବର୍ଷ ପୂର୍ବର ଜନ୍ମସମୟର ବଦଳ ଘଟଣା ସାମ୍ନାକୁ ଆସିଥିଲା।

ଗ୍ରାହକଙ୍କୁ ଦେବାକୁ ପଡ଼ିବନି ୟୁପିଆଇ ଶୁଳ୍କ: ଅର୍ଥମନ୍ତ୍ରୀ

ଏହି ଘଟଣା ପରେ ଦୁଇ ମହିଳା ଓ ସେମାନଙ୍କ ଜୈବିକ ପରିବାର ପ୍ରଥମ ଥର ପରସ୍ପରଙ୍କ ସହ ସାକ୍ଷାତ୍‌ କରିଥିଲେ। ଦୀର୍ଘ ୩୭ ବର୍ଷ ପରେ ପ୍ରକୃତ ପରିବାର ସହ ମିଳିବା ଘଟଣା ଅତ୍ୟନ୍ତ ଭାବପ୍ରବଣ ଥିଲା। ଉଭୟ ପରିବାର କହିଛନ୍ତି, ଏତେ ବର୍ଷ ଧରି ସତ୍ୟ ଅଜଣା ଥିଲେ ମଧ୍ୟ ସେମାନେ ଯେଉଁ ସନ୍ତାନଙ୍କୁ ଲାଳନପାଳନ କରିଛନ୍ତି, ସେମାନଙ୍କ ପ୍ରତି ସ୍ନେହ ଓ ସମ୍ପର୍କ ଅପରିବର୍ତ୍ତିତ ରହିବ। ଘଟଣାଟି ସୋସିଆଲ୍‌ ମିଡିଆରେ ମଧ୍ୟ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.