China: ଚୀନ୍‌ରେ ବର୍ଷାର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ୧୫ ମୃତ

2 hours ago 1
ARTICLE AD BOX

ବେଜିଂ: ଚୀନ୍‌ର ବିଭିନ୍ନ ଅଞ୍ଚଳରେ ଲଗାତାର ପ୍ରବଳ ଝଡ଼ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସରକାରୀ ସୂଚନା ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତି କମ୍‌ରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ଅନେକ ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପ୍ରବଳ ବର୍ଷାରେ ଦକ୍ଷିଣ ଚୀନ୍‌ର ଗୁଆଙ୍ଗସି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ନଦୀଗୁଡ଼ିକର ଜଳସ୍ତର ବିପଦ ସୀମା ଅତିକ୍ରମ କରିବା ସହ ଅନେକ ସ୍ଥାନରେ ବନ୍ଧ ଓ ଜଳଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ସହର ଓ ଗ୍ରାମାଞ୍ଚଳର ଅନେକ ରାସ୍ତା ପାଣିରେ ବୁଡ଼ିଯାଇଥିବା ବେଳେ ଘରବାଡ଼ି, ଦୋକାନ ଓ ଚାଷଜମିରେ ପାଣି ପଶିଯାଇଛି। ଅନେକ ସ୍ଥାନରେ ଯାତାୟାତ ଓ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଉତ୍ତର-ପଶ୍ଚିମ ଚୀନ୍‌ର ଗାନସୁ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଅନେକ ଘର ପୋତି ହୋଇଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଥିବାବେଳେ ଅନେକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଭାରୀ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଅଧିକ ଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କତା ଜାରି କରିଛି।

ଆହୁରି ପଢନ୍ତୁ: Drawn: ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଯାଇ ଯୁବକ ନିଖୋଜ

ଚୀନ୍‌ର ଏକାଧିକ ପ୍ରଦେଶରେ ପ୍ରବଳ ପବନ ଓ ବଜ୍ରପାତ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ଗଛ ଉପୁଡ଼ି ପଡ଼ିବା, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ଓ ଘରର ଛାତ ଉଡ଼ିଯିବା ପରି ଘଟଣା ଘଟିଛି। କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇ ଯାନବାହନ ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.