ARTICLE AD BOX
ନୀଳଗିରି: ଏକ ଦୁଃଖଦ ଘଟଣାକ୍ରମେ ନୀଳଗିରି ବ୍ଲକ୍ ବରହମପୁର ଥାନା ଅଧୀନ ମଧୁପୁରିଆ ଗାଁରେ ଘର ସମ୍ମୁଖ ଗାଡ଼ିଆରେ ବୁଡ଼ି ଦେଢ଼ବର୍ଷର ବୟସର ଭାଇଭଉଣୀ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
Dead: ପୋଖରୀରେ ଖସିପଡ଼ି ବୃଦ୍ଧଙ୍କ ମୃତ୍ୟୁ, ଶବ ବ୍ୟବଚ୍ଛେଦକୁ ନେଇ ସମସ୍ୟା
ମିଳିଥିବା ସୂଚନାନୁସାରେ, ଦାଶରଥୀ ହାଁସଦା ଓ ସୁନାରାମ ହାଁସଦା ଦୁଇ ଭାଇ। ସେମାନଙ୍କ ଦୁଇ ସନ୍ତାନ ଦୀପକ (୧ବର୍ଷ ୬ମାସ) ଓ ସୁବି (୧ବର୍ଷ ୩ମାସ) ସେମାନଙ୍କ ବଡ଼ବାପା ଘରକୁ ଯାଇଥିଲେ। ସନ୍ଧ୍ୟା ୬ଟା ବେଳେ ଘରକୁ ଫେରିଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ଘରେ ପହଞ୍ଚିନଥିବାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପ୍ରାୟ ୮ଟା ବେଳେ ଉଭୟ ଶିଶୁଙ୍କ ମୃତ ଦେହ ନିକଟସ୍ଥ ଗାଡ଼ିଆରୁ ମିଳିଥିଲା।
Lightning Strike: ଛତିଶଗଡ଼ରେ ପୋଖରୀ ଖୋଳାଯିବା ସମୟରେ ବଜ୍ରପାତ: ୩ ମୃତ
ସେମାନଙ୍କୁ ବରହମପୁର ଗୋଷ୍ଠୀସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚିଥିଲା, ଶବକୁ ଜବତ କରି ବ୍ୟବଛେଦ ପାଇଁ ନୀଳଗିରି ଉପଖଣ୍ଡ ମେଡିକାଲକୁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି, ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

3 hours ago
2


