Child be massaged: ଶିଶୁଙ୍କ ମାଲିସ କେତେ ବୟସ ପର୍ଯ୍ୟନ୍ତ କରିବା

1 hour ago 1
ARTICLE AD BOX

ଭାରତରେ ନବଜାତ ଶିଶୁ ଓ ଛୋଟ ପିଲାଙ୍କ ମାଲିସ୍‌ କରିବା ଏକ ପୁରୁଣା ପରମ୍ପରା। ବିଶ୍ବାସ କରାଯାଏ ଯେ ନିୟମିତ ମାଲିସ ଦ୍ବାରା ଶିଶୁକୁ ଆରାମ ମିଳିଥାଏ ଓ ନିଦ ଭଲ ହୋଇଥାଏ। ତେବେ ଅନେକ ପିତାମାତାଙ୍କ ମନରେ ପ୍ରଶ୍ନ ଆସେ ଯେ ଶିଶୁର ମାଲିସ କେତେ ଦିନ କରିବା ଉଚିତ। 

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ଯଦି ଶିଶୁ ସୁସ୍ଥ ଅଛି ତେବେ ଜନ୍ମର କିଛିଦିନ ପରେ ହାଲୁକା ହାତରେ ମାଲିସ ଆରମ୍ଭ କରାଯାଇପାରେ। ଠିକ୍‌ ସମୟ ଓ ଉପାୟ ଜାଣିବା ପାଇଁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦେବା ଭଲ। ପ୍ରଥମ ଏକବର୍ଷ ପର୍ଯ୍ୟନ୍ତ ନିୟମିତ ଓ ହାଲୁକା ହାତରେ ମାଲିସ କରିବା ଫଳପ୍ରଦ ହୋଇଥାଏ। ଏହାପରେ ମଧ୍ୟ ଯଦି ଶିଶୁ ମାଲିସ ପସନ୍ଦ କରେ ତେବେ ୨ରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ଆବଶ୍ୟକତା ଅନୁସାରେ ମାଲିସ କରାଯାଇପାରେ। ତେବେ ଏହା କୌଣସି ବାଧ୍ୟତାମୂଳକ ନିୟମ ନୁହେଁ। ଶିଶୁ ବଡ଼ ହେବାସହିତ ଆବଶ୍ୟକତା ଓ ପସନ୍ଦ ଅନୁସାରେ ନିଷ୍ପତ୍ତି ନିଆଯାଇପାରେ।

ମାଲିସର ଫାଇଦା:
 ନିୟମିତ ଓ ଠିକ୍‌ ଉପାୟରେ କରାଯାଇଥିବା ମାଲିସ ଦ୍ବାରା ଶିଶୁ ଆରାମ ଅନୁଭବ କରେ ଓ ନିଦ ଭଲ ହୁଏ। 
 ମାଲିସ ଦ୍ବାରା ପିତାମାତା ଓ ଶିଶୁ ମଧ୍ୟରେ ଆତ୍ମୀୟତା ଓ ସମ୍ପର୍କ ମଜବୁତ ହୁଏ। 
 କେତେକ ଶିଶୁଙ୍କ କ୍ଷେତ୍ରରେ ମାଲିସ ପରେ ବିରକ୍ତ ଭାବ କମିଯାଏ ଓ ଶରୀରରକୁ ଶାନ୍ତି ମିଳିଥାଏ।
ଯଦି ଶିଶୁ କାନ୍ଦୁଥାଏ, ଜ୍ୱର ଥାଏ କିମ୍ବା ଦେହ ଖରାପ ଥାଏ, ତେବେ ଆଦୌ ମାଲିସ କରିବା ଉଚିତ ନୁହେଁ।

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.