ARTICLE AD BOX
ପୁରୀ: ଶ୍ରୀମଦ୍ ଭାଗବତ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଆଧାରିତ ଏହି କଥାମୃତ ପଢ଼ିଲେ, ଶୁଣିଲେ କୋଟି ପୁଣ୍ୟ ମିଳିଥାଏ। ଏଥିରେ ନିହିତ ୧୮ ହଜାର ଶ୍ଳୋକ ଆଜିର ଆଧୁନିକ ଯୁଗରେ ବେଶ୍ ପ୍ରାସଙ୍ଗିକ। ନାସ୍ତିକ ହୁଅନ୍ତୁ ଅବା ଆସ୍ତିକ, ନିଶ୍ଚୟ ଏହି କଥାମୃତ ପଢ଼ିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ପରମ ଶକ୍ତି ପୀଠ’ ପକ୍ଷରୁ ହୋଟେଲ ସେଭେନ ହିଲ୍ସରେ ପଦ୍ମଭୂଷଣ ସାଧ୍ବୀ ଋତୁମ୍ବରାଙ୍କ ଦ୍ବାରା ଆୟୋଜିତ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ରେ ସାମିଲ ହେବା ଅବସରରେ ଶ୍ରୀ ମାଝୀ କହିଲେ, ଓଡ଼ିଶାରେ କାହିଁ କେଉଁ କାଳରୁ ଭାଗବତ ଟୁଙ୍ଗି ମାଧ୍ୟମରେ ଭାଗବତ କଥାର ପ୍ରଚାର ପ୍ରସାର ପରମ୍ପରା ରହିଆସିଛି। ଓଡ଼ିଆ ଅସ୍ମିତା ଆଧାରରେ ପୁନଃ ସମସ୍ତ ଭାଗବତ ଟୁଙ୍ଗିର ପୁନରୁତ୍ଥାନ ପାଇଁ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି।
Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ
ଶ୍ରୀମଦ୍ ଭାଗବତ କଥା ମହୋତ୍ସବ
ଶ୍ରୀ ମାଝୀ ଏକଥା ମଧ୍ୟ କହିଲେ, ଶ୍ରୀଜଗନ୍ନାଥ ଧାମକୁ ଆଧ୍ୟାତ୍ମିକ ନଗରୀରେ ପରିଣତ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଚାରି ବେଦ, ଉପବେଦ, ଅଠର ପୁରାଣ, ଉପନିଷଦ, ରାମାୟଣ ଓ ମହାଭାରତ ଆମ ସନାତନ ସଂସ୍କୃତିକୁ ଋଦ୍ଧିମନ୍ତ କରିଛି। ଅଠର ପୁରାଣ ମଧ୍ୟରେ ଶ୍ରୀମଦ୍ ଭାଗବତ ସବୁଠୁ ବେଶି ଆଦୃତ। ଏହା ଶୁଣିବା ଓ ପଢ଼ିବାରେ କୋଟି ପୁଣ୍ୟ ମିଳୁଥିବାରୁ ପ୍ରତ୍ୟେକ ଓଡ଼ିଆ ଶେଷ ନିଃଶ୍ବାସ ନେଉଥିବା ବେଳେ ମଧ୍ୟ ଅତିବଡ଼ୀଙ୍କ ଭାଗବତ ଶୁଣି ଭଗବାନଙ୍କ ପାଦପଦ୍ମରେ ଧ୍ୟାନ ଦେବାର ବିଶ୍ବାସ ରହି ଆସିଛି। ଏଥିସହ ସେ ସାଧ୍ବୀ ଋତୁମ୍ବରାଙ୍କ ସମ୍ବନ୍ଧରେ ବକ୍ତବ୍ୟ ରଖି କହିଲେ, ୧୯୮୦ ଓ ନବେ ଦଶକରେ ବିଶ୍ବହିନ୍ଦୁ ପରିଷଦ, ଦୁର୍ଗାବାହିନୀ ମାଧ୍ୟମରେ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନରେ ସମଗ୍ର ଦେଶରେ ସାଧ୍ବୀ ଋତୁମ୍ବରା ଜାଗରଣ ସୃଷ୍ଟି କରିଥିଲେ। ପରମ ଶକ୍ତି ପୀଠ ପକ୍ଷରୁ ବାତ୍ସଲ୍ୟ ଗ୍ରାମ ପ୍ରତିଷ୍ଠା କରି ଅନେକ ନିଃସହାୟଙ୍କୁ ଆଶ୍ରୟ ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ଏହି ଅଞ୍ଚଳରେ ‘ବାତ୍ସଲ୍ୟ ଗ୍ରାମ’ ଓ ‘ସମ୍ବିଦ୍ ଗୁରୁକୁଳମ ସୈନିକ ସ୍କୁଲ୍’ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଇଥିବାରୁ ଆମେ ଖୁସି ବ୍ୟକ୍ତ କରୁଛୁ। ଓଡ଼ିଶାରେ ଏଭଳି ବିଦ୍ୟାଳୟର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମପ୍ରକାଶ ମିଶ୍ର, ଉପାସନା ମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସାଧ୍ବୀ ଶିରୋମଣି ଜୀ ଓ ସହସଂଯୋଜକ ଉମେଶ ଖଣ୍ଡେଲୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜୟ ଭଗବାନ ଅଗ୍ରୱାଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

10 hours ago
1


