Chhattisgarh: ଖାଲିଥିବା ମୋଟ ୧,୬୫୪ଟି ଶିକ୍ଷକ ପଦବି ହେବ ପୂରଣ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ସରକାରୀ ଶିକ୍ଷକହେବାକୁ ସ୍ୱପ୍ନ ଦେଖୁଥିବା ଆଶାୟୀମାନଙ୍କ ପାଇଁ ଏକ ଖୁସି ଖବର। ଛତିଶଗଡ଼ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ (ସିଜିଏସଏସବି) ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବି ପାଇଁ ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ଜାରି ରହିବ। ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ vyapamcg.cgstate.gov.in ୱେବସାଇଟ୍ ଯାଇ ଅନଲାଇନରେ ଫର୍ମ ପୂରଣ କରିପାରିବେ।

ଖାଲିଥିବା ପଦବି ସଂଖ୍ୟା

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧,୬୫୪ ପଦବି ପୂରଣ କରାଯିବ। ଇଂରାଜୀ  ପାଇଁ ୫୦୪ଟି, ସଂସ୍କୃତ ପାଇଁ ୩୦୦ଟି, ହିନ୍ଦୀ ପାଇଁ ୨୫୦ଟି , ଗଣିତ ପାଇଁ ୨୫୦ଟି, ସାମାଜିକ ବିଜ୍ଞାନ ପାଇଁ ୨୫୦ଟି  ଏବଂ କୃଷି  ପାଇଁ ୧୦୦ଟି ପଦବି ଖାଲି ରହିଛି।। ଏହି ନିଯୁକ୍ତି ପାଇଁ ଆବେଦନ vyapamcg.cgstate.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଦାଖଲ କରାଯାଇପାରିବ। ପ୍ରାର୍ଥୀଙ୍କ ସୁବିଧା ପାଇଁ ସିଧାସଳଖ ଆବେଦନ ଲିଙ୍କ୍ ଦିଆଯାଇଛ।` https://vyapamprofile.cgstate.gov.in/online/ ଏହାକୁ କ୍ଲିକ୍ କରିବା ଦ୍ୱାରା ଜଣେ ସିଧାସଳଖ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।

ଅନଲାଇନ୍ ଫର୍ମ ପୂରଣ କରିବା ସହିତ ପ୍ରାର୍ଥୀମାନଙ୍କୁ ଆବେଦନ ଫି ଦେବାକୁ ପଡିବ। ସାଧାରଣ ବର୍ଗ ପାଇଁ ୩୫୦ଟଙ୍କା୍ ଅନ୍ୟାନ୍ୟ ବର୍ଗ ଓବିସି ପାଇଁ ୨୫୦ଟଙ୍କା, ଏବଂ ଏସସି/ଏସଟି/ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୨୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଆବେଦନ ଫି ଅନଲାଇନରେ ପ୍ରଦାନ କରାଯାଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.