Chhatrapur: ଛତ୍ରପୁର ପୌରାଞ୍ଚଳରେ ‘ଡୋର୍-ଟୁ-ଡୋର୍ ସର୍ଭେ’ ଆରମ୍ଭ, ଯୋଗଦେଲେ ଉପଜିଲ୍ଲାପାଳ

2 weeks ago 11
ARTICLE AD BOX

ଛତ୍ରପୁର: ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁରପୌରାଞ୍ଚଳରେ ସୋମବାରଠାରୁ ‘ଡୋର୍-ଟୁ-ଡୋର୍ ସର୍ଭେ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗେଦଲ ନାଇଡୁପାଲମ ଗ୍ରାମରୁ ଏହି ସର୍ଭେକାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଉପସ୍ଥିତ ରହି ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଉପଜିଲ୍ଲାପାଳ ଘରକୁ ଘର ଯାଇ ଘରଗୁଡ଼ିକରେ ସିରିଆଲ ନମ୍ବର ପକାଇବା ସହ ଲୋକଙ୍କ ସହିତ ଆଲୋଚନା କରି ସର୍ଭେର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ।

ଘରର ସମସ୍ତ ସଦସ୍ୟଙ୍କ ନାମ ରହିବ

ଏହି ସର୍ଭେ ମାଧ୍ୟମରେ ଗୋଟିଏ ବୁଥ୍‌ ଓ ୱାର୍ଡ ଘରର ସମସ୍ତ ସଦସ୍ୟଙ୍କ ନାମ ରହିବ । ଏଥିସହ ଭୋଟର ତାଲିକାକୁ ନିର୍ଭୁଲ ଓ  ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ ଭୋଟରଙ୍କ ନାମ ବାଦ ଦେବା ସହ ଭୋଟର ତାଲିକାରେ ଥିବା ତ୍ରୁଟିର ସଂଶୋଧନ କରାଯିବ। ସର୍ଭେ କାର୍ଯ୍ୟକୁ ସଠିକ୍ ଓ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ସୁପରଭାଇଜର ମନୋଜ ତ୍ରିପାଠୀ, ପ୍ରହ୍ଲାଦ ଦାସ, ନିର୍ମଳ ଗୌଡ଼, ବିଏଲଓ କେ. ଲକ୍ଷ୍ମୀ, ସୁନିତା ବେହେରା, ଏସ୍‌ଆର୍‌ଏ ଛବିରାଣୀ ସେଠୀ, ପଏମପି ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Demand: ବାଲିଶଙ୍କରା ଅଞ୍ଚଳରୁ ଉଭାନ ହେଲାଣି ପାଏନ ସିଙ୍ଗଡ଼ା: ଜଳାଶୟ ପ୍ରଦୂଷଣକୁ ନେଇ ଚିନ୍ତାରେ ଅଞ୍ଚଳବାସୀ, ସଫାସୁତୁରା ଓ ସଂରକ୍ଷଣ ପାଇଁ ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.