Iran Bus Accident: ଇରାନରେ ଗ୍ୟାସ୍ ରିଫାଇନାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍ ଓଲଟିଲା: ୧୨ ମୃତ, ୧୬ ଆହତ

11 minutes ago 1
ARTICLE AD BOX

ତେହେରାନ: ପଶ୍ଚିମ ଇରାନର ଇରାକ ସୀମା ନିକଟରେ ଗ୍ୟାସ୍ ରିଫାଇନାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ,ପଶ୍ଚିମ ଇରାନର ଇଲାମ ପ୍ରଦେଶରେ ଏନଜିଏଲ-୩୧୦୦ ତୈଳ ଏବଂ ଗ୍ୟାସ୍ ପ୍ରକଳ୍ପର କର୍ମଚାରୀମାନଙ୍କୁ ନେଇ ଯାଉଥିବା ସମୟରେ ବସ୍‌ଟି ଡେହଲୋରାନ୍ ନିକଟସ୍ଥ ଦସ୍ତ ଆବାସ-ମୁର୍ମୁରି ରାସ୍ତାରେ ଓଲଟି ପଡ଼ିଥିଲା।

ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା
ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ୧୬ ଜଣ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଦାନାନ କାଉଣ୍ଟିର ରାଜ୍ୟପାଳ ବେହଜାଦ ନୌରମୋହମାଦି କହିଛନ୍ତି ଯେ, ଆହତମାନଙ୍କୁ ଚିକିତ୍ସା ପାଇଁ ଇଲାମ, ଡେହଲୋରାନ, ଡେଜଫୁଲ ଏବଂ ଆବଦାନାନର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳକୁ ୩୨ ଜଣ କର୍ମଚାରୀଙ୍କୁ ନେଇ ଗଠିତ ୧୨ଟି ଉଦ୍ଧାରକାରୀ ଦଳ, ଛଅଟି ଆମ୍ବୁଲାନ୍ସ ଏବଂ ଛଅଟି ସହାୟତା ଏବଂ ଉଦ୍ଧାର ଗାଡ଼ି ପଠାଯାଇଛି।

କେଉଁ ଜମି ପାଇଁ କେଉଁ ଫସଲ ଉପଯୁକ୍ତ କହିବ ମୋବାଇଲ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.