Chausathi Yogini Peetha: ଜମି ଅଧିଗ୍ରହଣରେ ସୀମିତ ଚଉଷଠୀ ଯୋଗିନୀ ପୀଠର ବିକାଶ

2 hours ago 1
ARTICLE AD BOX

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧୀନ ହୀରାପୁର ଗ୍ରାମସ୍ଥିତ ପ୍ରସିଦ୍ଧ ଚଉଷଠୀ ଯୋଗିନୀ  ତନ୍ତ୍ରପୀଠର ବିକାଶ ନେଇ ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ଅନୁଦାନ ମଞ୍ଜୁରି ମିଳିସାରିଛି। ୧୨ ଜଣ ଘରୋଇ ଜମି ମାଲିକମାନଙ୍କଠାରୁ ଦୁଇଗୁଣାରୁ ଅଧିକ ମୂଲ୍ୟ ଦେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ୨ ଏକର ୨୯ ଡେସିମାଲ ପରିମିତ ଜମି କିଣିସାରିଲାଣି। ଜମି ମାଲିକମାନଙ୍କୁ ମଧ୍ୟ ଜମି ବିକ୍ରି ବାବଦ ପଇସା ଦେବା ନେଇ ଜିଲ୍ଲା ପ୍ରଶାସନ ବାଲିଅନ୍ତା ତହସିଲ ପ୍ରଶାସନକୁ ଟଙ୍କା ପ୍ରଦାନ କରିଛି। ହେଲେ ତହସିଲ ପ୍ରାଶସନ ପକ୍ଷରୁ ଏଯାଏଁ ଜମି ମାଲିକମାନଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇପାରିନଥିବା ଜଣାପଡ଼ିଛି। 

Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

ଅନ୍ୟପକ୍ଷରେ, ସରକାରଙ୍କୁ ଜମି ବିକ୍ରି କରି ସାରି ପଇସା ପାଇବାରେ ବିଳମ୍ବ ନେଇ ଜମି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଅପରପକ୍ଷରେ, ଅଧିଗୃହୀତ ଜମି ତହସିଲ ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିସାରିବା ସତ୍ତ୍ୱେ ଚଉଷଠୀ ଯୋଗିନୀ ପୀଠରେ ହେବାକୁ ଥିବା ବିଭିନ୍ନ ବିକାଶ କାର୍ଯ୍ୟ ବିଳମ୍ବ ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନଭେମ୍ବର ମାସ ୨୩ ତାରିଖରେ ପୀଠ ପରିଦର୍ଶନର ଆସି ଚଉଷଠୀ ଯୋଗନୀ ପୀଠର ଭିତ୍ତିଭୂମି ସାଙ୍ଗକୁ ଆନୁଷଙ୍ଗୀକ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ଏହା ମଧ୍ୟରେ ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ପୀଠର ବିକାଶ କେବଳ ଜମି ଅଧିଗ୍ରହଣରେ ସୀମିତ ହୋଇ ରହିଯାଇଛି। ଏସମ୍ପର୍କରେ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକଙ୍କୁ ଯୋଗାଯୋଗ କରିବାରେ ଟେଣ୍ଡର ସରିବା ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି। 

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ଅପରପକ୍ଷରେ, ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ରାଉତଙ୍କୁ ଯୋଗାଯୋଗ କରାଯିବାରେ ଜମି ଅଧିଗ୍ରହଣ ସାଙ୍ଗକୁ ବିକାଶ କାର୍ଯ୍ୟ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୩ କୋଟି ଅନୁଦାନ ମିଳିଲା ସିନା, ବିକାଶ କାର୍ଯ୍ୟ ନେଇ ଆହୁରି ଟଙ୍କାର ଆବଶ୍ୟକତା ରହିଛି। କାହିଁକିନା ସେଥି ମଧ୍ୟରୁ ୯ କୋଟି ଅଧିଗ୍ରହଣ ବାବଦ ଖର୍ଚ୍ଚ ଗଲା। ବାକି ୧୪ କୋଟିରେ ସୌନ୍ଦର୍ଯ୍ୟୀକରଣ କାମ କରାଯିବ। ପ୍ରଥମ ପର୍ଯ୍ୟାୟରେ ପରିପାଟୀ ଭିତ୍ତିଭୂମି ସାଙ୍ଗକୁ ଅଧିଗୃହୀତ ଜମି ଓ ପୀଠ ଚାରିପାଖରେ ପ୍ରାଚୀର ନିର୍ମାଣ ହେବ। ଉଜ୍ଜ୍ୱଳ ଆଲୋକ, ପାର୍କ, ପୀଠ ପ୍ରବେଶ ଗେଟ୍‌, ପ୍ଲାଜା, ମନ୍ଦିର ଯାଏଁ ପାଦ ଚଲା ରାସ୍ତା, ଗାଡ଼ିି ପାର୍କିଂସ୍ଥଳ ଆଦିର ଉନ୍ନତୀକରଣ ହେବ। ଖୁବ୍‌ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ କାମ ଆରମ୍ଭ ହେବ। ହେଲେ ମୁଖ୍ୟ ପ୍ରବେଶ ତୋରଣ ସାଙ୍ଗକୁ, ପୀଠକୁ ସଂଯୋଗ କରୁଥିବା ରାସ୍ତା ଚଉଡ଼ା ନେଇ ପୁରୀ କେନାଲ ବ୍ରିଜ ନିର୍ମାଣ, ପୀଠ ପରିଚାଳନା ନେଇ ପ୍ରମୁଖ ରାସ୍ତା ସଂପ୍ରସାରଣ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ନେଇ ପୁଣି ୨୩ କୋଟିର ଆଉ ଏକ ପ୍ରସ୍ତାବ ପର୍ଯ୍ୟଟନ ବିଭାଗ ସରକାରଙ୍କ ନିକଟକୁ ପଠାଇଛି। ପ୍ରସ୍ତାବ ଅନୁମୋଦିତ ହୋଇ ବାକି ଟଙ୍କା ଆସିଲେ କାମ ନେଇ ସାନି ଟେଣ୍ଡର ଡକାଯିବ ବୋଲି ସେ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.