ARTICLE AD BOX
ଗତ ଶୁକ୍ରବାର ଦିନ ଅଭିନେତ୍ରୀ ହୁମା କୁରୈଶୀଙ୍କ ‘ବେବି ଡୁ ଡାଇ ଡୁ’ ଚଳଚ୍ଚିତ୍ର ବଡ଼ ପରଦାରେ ମୁକ୍ତିଲାଭ କରିଛି। ଏହି ରୋମାଞ୍ଚଧର୍ମୀ ଚଳଚ୍ଚିତ୍ରରେ ହୁମା ଜଣେ ମୂକବଧିର ହତ୍ୟାକାରୀ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କ ମନ ଜିଣିବାରେ ଲାଗିଛି। ତେବେ ଏହି ଚରିତ୍ରରେ ଅଭିନୟ କରିବା ଖୁବ୍ ଆହ୍ବାନପୂର୍ଣ୍ଣ ଥିଲା ବୋଲି ସେ ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଏହାର କାରଣ ହେଲା ଏହି ଚଳଚ୍ଚିତ୍ରରେ ତାଙ୍କର ସବୁଠାରୁ ବଡ଼ ଶକ୍ତିକୁ ଛଡ଼ାଇ ନିଆଯାଇଥିଲା। ଅର୍ଥାତ୍ ନିର୍ଦେଶକ ତାଙ୍କୁ ସଂଳାପ ନ କହି ଅଭିନୟ କରିବାକୁ କହିଥିଲେ। ଉଲ୍ଲେଖନୀୟ କଥା ହେଲା ହୁମା ଭିନ୍ନଭିନ୍ନ ଶୈଳୀରେ ସଂଳାପ କହିବାକୁ ଭଲପାଆନ୍ତି।
Movie: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ଡବ୍ଲ୍ୟୁମେଣ୍ଟାରୀ ଚଳଚ୍ଚିତ୍ର
ଏଥିରେ ସେ ସୁଯୋଗ ନ ଥିବାରୁ ଶାରୀରିକ ହାବଭାବ, ସାଙ୍କେତିକ ଭାଷା ଓ ଆଖି ସାହାଯ୍ୟରେ ସେ ଚରିତ୍ରର ଭାବାବେଗକୁ ପ୍ରକାଶ କରିବା ଲାଗି ବହୁତ ଅଭ୍ୟାସ କରିଥିଲେ। ଏହି ଆହ୍ବାନର ମୁକାବିଲା ସମୟକୁ ସେ ଖୁବ୍ ଉପଭୋଗ କରିଥିଲେ ବୋଲି ହୁମା ପ୍ରକାଶ କରିଛନ୍ତି। ନିର୍ଦେଶକ ନଚିକେତ ସାମନ୍ତଙ୍କ କହିବା ଅନୁସାରେ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ବିଶ୍ବାସଯୋଗ୍ୟ ଲାଗିବା, ସଂପୂର୍ଣ୍ଣ ରୂପେ ହୁମାଙ୍କ ଅଭିନୟ ଉପରେ ନିର୍ଭରଶୀଳ ଥିଲା। ତେଣୁ ସବୁପ୍ରକାର ଚରିତ୍ର ଲାଗି ସଦା ପ୍ରସ୍ତୁତ ରହୁଥିବା ହୁମାଙ୍କ ସମ୍ମୁଖରେ ଏହି ନୂଆ ଆହ୍ବାନ ଛିଡ଼ା କରାଇବା ଦ୍ବାରା ସେ ଉକ୍ତ ଚରିତ୍ରକୁ ଅପ୍ରତ୍ୟାଶିତ ଶିଖରକୁ ନେଇଯାଇଥିଲା। ‘ବେବି ଡୁ ଡାଇ ଡୁ’ରେ ହୁମାଙ୍କ ବ୍ୟତୀତ ସିକନ୍ଦର ଖେର, ଚଙ୍କି ପାଣ୍ଡେ, ସୀମା ପାହଵା, ରଚିତ ସିଂହ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
Dhurandhar movie: ଅଧିକାଂଶ କମ୍ପାନି ଧୁରନ୍ଧର ସିନେମାର ସଂଳାପ ବ୍ୟବହାର କରୁଛନ୍ତି

1 hour ago
1


