ARTICLE AD BOX
ଭୁବନେଶ୍ୱର: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏମ୍ଏସ୍ଏମ୍ଇ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ମେଗା ଏମ୍ଏସ୍ଏମ୍ଇ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଭୁବନେଶ୍ୱରର ପିପୁଲ୍ କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ହୋଇଯାଇଛି।
ଋଣ ମଞ୍ଜୁରି ପତ୍ର ବଣ୍ଟନ
ଏହି କାର୍ଯ୍ୟକ୍ରମରେ ଡିଆଇସି ମହାପ୍ରବନ୍ଧକ ସମୁଚିତା ମଲ୍ଲିକ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂହ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ପ୍ରିୟବ୍ରତ ନାୟକଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ହିତାଧିକାରୀଙ୍କୁ ୯୦ କୋଟି ଟଙ୍କାର ଋଣ ମଞ୍ଜୁରି ପତ୍ର ବଣ୍ଟନ କରାଯାଇଥିଲା।

7 hours ago
1


