CEC Resignation Protest: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା ସିଜେପି, କଂଗ୍ରେସର ଜୋରଦାର୍‌ ପ୍ରତିବାଦ

2 days ago 4
ARTICLE AD BOX

ନୂଆଦିଲ୍ଲୀ:ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହେବାରେ ଲାଗିଛି। ମୁଖ୍ୟ ନିର୍ବାଚନ କମିସନର୍ (ସିଇସି) ଜ୍ଞାନେଶ କୁମାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ନଦେଲେ, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୁମ୍ବାଇରୁ ଦେଶବ୍ୟାପୀ ବୃହତ୍ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ''କାକରୋଚ୍ ଜନତା ପାର୍ଟି'' (ସିଜେପି) ଚେତାବନୀ ଦେଇଛି। ଦଳର ଜାତୀୟ ସଂଯୋଜକ ଅଭିଜିତ୍ ଦୀପକେ ସୋସିଆଲ୍ ମିଡିଆ ''ଏକ୍ସ'' ଜରିଆରେ ଏହି ସୂଚନା ଦେଇଛନ୍ତି।

ବିରୋଧୀ ଦଳଗୁଡ଼ିକୁ ଦୀପକେଙ୍କ କଟାକ୍ଷ

ସିଜେପି ପକ୍ଷରୁ ସିଇସି ଜ୍ଞାନେଶ କୁମାର ଭୋଟରଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ଆଣି ତାଙ୍କର ତୁରନ୍ତ ଇସ୍ତଫା ଦାବି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ନମିଳିଲେ ଦେଶରେ ''ଜନ୍ତର ମନ୍ତର ୨.୦'' ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଦଳ କହିଛି। ଏହାସହ ବିରୋଧୀ ଦଳଗୁଡ଼ିକୁ କଟାକ୍ଷ କରି ଦୀପକେ କହିଛନ୍ତି ଯେ, ନିର୍ବାଚନରେ କାରସାଦି ହେଉଥିବା ଜାଣି ମଧ୍ୟ କେବଳ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅଂଶଗ୍ରହଣ କରିବା ଏକ ଅବୈଧ ପ୍ରକ୍ରିୟାକୁ ସ୍ୱୀକୃତି ଦେବା ସହ ସମାନ।

ଏହି ସମଗ୍ର ବିବାଦ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପରେ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିସନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ବିଗତ ୧୦ ମାସ ମଧ୍ୟରେ ସେମାନଙ୍କ ଅଜ୍ଞାତରେ ନିଆଯାଇଥିବା ଏସଆଇଆର-ସମ୍ବନ୍ଧୀୟ ସିଦ୍ଧାନ୍ତ ଓ ପ୍ରକ୍ରିୟାଗତ ତ୍ରୁଟି ଉପରେ ଅତି କମରେ ୧୪ ଥର ଲିଖିତ ଆପତ୍ତି ଜଣାଇଥିଲେ। ନିର୍ବାଚନ ଆୟୋଗ ଏହି ନୋଟଗୁଡ଼ିକୁ ନିଷ୍ପତ୍ତି ପ୍ରକ୍ରିୟାର ଅଂଶ ବୋଲି ସ୍ୱୀକାର କରିଥିଲେ ହେଁ, କୌଣସି ନିର୍ଦ୍ଦିଷ୍ଟ କାରଣ କିମ୍ବା ଆପତ୍ତିର ସମାଧାନ ବାବଦରେ ସ୍ପଷ୍ଟୀକରଣ ଦେଇନାହାନ୍ତି। ଏହି ପରିପ୍ରେକ୍ଷୀରେ, ଏସଆଇଆର ପ୍ରକ୍ରିୟାର ନିରପେକ୍ଷ ତଦନ୍ତ ଏବଂ ସମସ୍ତ ରେକର୍ଡ ସୁପ୍ରିମ୍ କୋର୍ଟ କିମ୍ବା ଏକ ସ୍ୱାଧୀନ ନାୟିକ ତଦନ୍ତ କମିଟିକୁ ହସ୍ତାନ୍ତର କରିବାକୁ ସିଜେପି ଦାବି କରିଛି।

ବିଭିନ୍ନ ରାଜ୍ୟରେ କଂଗ୍ରେସର ଜୋରଦାର୍‌ ପ୍ରତିବାଦ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିବା ଓ ଭାରତରେ ନିର୍ବାଚନରେ ବଡ଼ଧରଣର ଜାଲିଆତି ହେଉଥିବା ଅଭିଯୋଗ କରିବାର ଦିନକ ପରେ, ଆଜି କଂଗ୍ରେସ କର୍ମୀମାନେ ସିଇଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ଜମ୍ମୁ, ଡେରାଡୁନ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼ ଓ ଦିଲ୍ଲୀ ସମେତ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ କରିଛନ୍ତି। କଂଗ୍ରେସ କର୍ମୀଙ୍କୁ ରୋକିବାକୁ ବ୍ୟାପକ ସୁରକ୍ଷା ଓ ପାଣି ତୋପ ବ୍ୟବସ୍ଥା କରାଯାଇଥିଲା। ତେବେ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହିତ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଓ ସ୍ଥାନୀୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଅନିୟମିତତା ନେଇ ନିର୍ବାଚନ ଆୟୁକ୍ତଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦର ରିପୋର୍ଟ ଆସିବା ପରେ ଏହି ପ୍ରଦର୍ଶନ କରାଯାଇଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଭାରତୀୟ ଜନତା ପାର୍ଟି ବିରୋଧରେ ନିର୍ବାଚନ ଜାଲିଆତିର ଅଭିଯୋଗ ପୁନରାବୃତ୍ତି କରିଛନ୍ତି। ନିର୍ବାଚନ କମିଶନ ରାଜନୈତିକ ମୁଖ୍ୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ବୋଲି ଦାବି କରିଛନ୍ତି। ପଞ୍ଜାବରେ ସଚିନ ପାଇଲଟଙ୍କ ନେତୃତ୍ବରେ ଜୋରଦାର ପ୍ରତିବାଦ କରାଯାଇଛି।

ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ

କର୍ଣ୍ଣାଟକରେ ପ୍ରଦେଶ କଂଗ୍ରେସ କମିଟି ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡସ୍ ପୁଲିସ ଷ୍ଟେସନରେ ଜ୍ଞାନେଶ କୁମାର ଓ ବିଜେପି ବିଧାୟକ ଅଭୟ ପାଟିଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଦାଖଲ କରିଥିଲା। ଦିଲ୍ଲୀରେ କଂଗ୍ରେସ ଆନ୍ଦୋଳନକୁ ଲକ୍ଷ୍ୟ କରି ଭାରତୀୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଭାରତୀୟ ଯୁବ କଂଗ୍ରେସ ଶୁକ୍ରବାର ୫, ରାଇସିନା ରୋଡରୁ ଯନ୍ତର ମନ୍ତର ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁରେ କଂଗ୍ରେସ ଦଳ ପକ୍ଷରୁ ବଡ଼ଧରଣର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମଣିପୁରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଓକ୍ରାମ ଇବୋବି ସିଂହ ଓ କଂଗ୍ରେସ ବିଧାୟକ ଦଳ ନେତା କେଇଶାମ ମେଘଚନ୍ଦ୍ର ସିଂହଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜ୍ଞାନେଶ କୁମାରଙ୍କ ଗିରଫ ଓ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବି କରି ଲାମ୍ଫେଲପାଟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ମଣିପୁରରେ ପ୍ରଦର୍ଶନ ହିଂସାତ୍ମକ ହେବା ପରେ ପୁଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା।

Akasa Air: ଆକାଶ ଏୟାର ୨୦୦ ବିମାନ କିଣିବ

ଏପରି ଅବସରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଭୋଟରଙ୍କ ସନ୍ଦେହକୁ ଦୂର କରିବା ପାଇଁ କୌଣସି କସରତ ଛାଡିବା ଉଚିତ୍ ନୁହେଁ। ତେବେ ଶାସକ ଦଳ ବିରୋଧୀଙ୍କ ଦାବିକୁ ବାରମ୍ବାର ନିର୍ବାଚନୀ ହତାଶା ବୋଲି କହି ଖାରଜ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.