ARTICLE AD BOX
ସୁନ୍ଦରଗଡ଼: ଆଜି ସକାଳୁ ହେମଗିର ଥାନା ହେମଗିର ସୁଖବନ୍ଧ ନିକଟରୁ ଏକ ସ୍କୋର୍ପିଓରେ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ l ଦୁର୍ବୃତ୍ତମାନେ ଗୋ ଚାଲାଣ କରୁଥିବାବେଳେ ଗାଡ଼ି ଖରାପ ହୋଇଯିବାରୁ ସେଠାରେ ଛାଡ଼ି ପଳାଇ ଯାଇଥିବା ସୂଚନା ମିଳିଛି।
OTET: ଆରମ୍ଭ ହେଲା ଓଟିଇଟି ପରୀକ୍ଷା
ଗାଡ଼ି ଜବତ କରି ତଦନ୍ତ ଆରମ୍ଭ
ଏକ ସ୍କୋର୍ପିଓ ଜାଲ ନମ୍ବର ପ୍ଲେଟ୍(ଓଆର୍ ୧୪କ୍ଯୁ ୩୦୬୩) ଲଗାଇ ଦୁର୍ବୃତ୍ତମାନେ ଗୋ ଚାଲାଣ କରୁଥିଲେ। ଗାଡ଼ିର ପଛ ସିଟ୍ କାଟି ୪ଟି ଗୋରୁଙ୍କୁ ଲଦିଥିଲେ। ହେମଗିର ସୁଖବନ୍ଧ ନିକଟରେ ଗାଡ଼ି ଖରାପ ହୋଇଯିବା ପରେ ସେମାନେ ଗାଡ଼ି ଓ ଗୋରୁ ଛାଡ଼ି ଚମ୍ପଟ ମାରିଥିଲେ। ସକାଳୁ ଲୋକେ ଦେଖିବା ପରେ ଗୋରୁଙ୍କୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।

1 month ago
18


