Car: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

2 days ago 3
ARTICLE AD BOX

ପୁରୁଣାକଟକ: ବୌଦ୍ଧଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ଏକ ହୋଟେଲ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରିରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ସୂଚନା ଅନୁଯାୟୀ ବାଲେଶ୍ୱରରୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ ଦେଇ ଯାଉଥିବାବେଳେ ଏକ କାର ଲାଣ୍ଡିବନ୍ଧ ସ୍ଥିତ ଏକ ହୋଟେଲ ନିକଟରେ ବିଳମ୍ବିତ ରାତ୍ରିରେ ସମସ୍ତ ୪ ଜଣ ଯାତ୍ରୀ ପରିସ୍ରା ପାଇଁ ଓହ୍ଲାଇଥିଲେ ।

ଆହୁରି ପଢନ୍ତୁ: Marriage Scam: ଆମେରିକାରେ ଗ୍ରୀନ୍ କାର୍ଡ ପାଇବା ପାଇଁ ମିଥ୍ୟା ବିବାହ: କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ

ହଠାତ ଗାଡିରେ ନିଆଁ ଲାଗି ଜଳିବା ଆରମ୍ଭ କରିଥିଲା କାର l ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳିଥିଲା କାର । ସଟସର୍କିଟରୁ କାର ଜଳି ଯାଇଥିବା ଅନୁମାନ କରାଯାଉଥିବାବେଳେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା l ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ସେପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.