ARTICLE AD BOX
ତେଲ ଆଭିଭ୍: ବୁଧବାର ଦୁବାଇରୁ ଇସ୍ରାଏଲ ଯାଉଥିବା ଯେଉଁ ବିମାନକୁ କ୍ରାସ୍ କରିବାକୁ ଉଦ୍ୟମ କରାଯାଇଥିଲା, ତାହାକୁ ବଞ୍ଚାଇବାରେ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ମିତ ମଚ୍ଛାର ଏହି ବିମାନ ଚଳାଉଥିବା ବେଳେ ତାଙ୍କ ସହ-ପାଇଲଟ୍ ତାଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ୍ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଫ୍ଲାଇଦୁବାଇର ଏଫଜେଡ୧୦୭୩ ବିମାନ ମାତ୍ର ୪୦ ସେକେଣ୍ଡରେ ୧୪ ହଜାର ଫୁଟ୍ ତଳକୁ ଖସିଥିଲା।
ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ବୋଇଂ ୭୩୭ବିମାନ ଚଳାଇବାରେ ଭାରତୀୟ ପାଇଲଟ୍ ମଚ୍ଛାରଙ୍କ ୯,୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ବହୁତ କାମରେ ଆସିଥିଲା। ସେ ଦଶନ୍ଧି ଧରି ପାଇଥିବା ଫ୍ଲାଇଟ୍ ଟ୍ରେନିଂର ଅଭିଜ୍ଞତାକୁ ଆଧାର କରି ସଙ୍କଟ ସମୟରେ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜି ଶେଷରେ ୧୮୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।ଏହାପରେ ବିମାନକୁ ସାଉଦି ଆରବର ତାବୁକ୍ ଅଭିମୁଖେ ଜରୁରୀକାଳୀନ ଭାବେ ଉଡାଯାଇଥିଲା।
ମଚ୍ଛାରଙ୍କ ଉଡ଼ାଣ ଅଭିଜ୍ଞତା
କ୍ୟାପଟେନ୍ ମଚ୍ଛାରଙ୍କ ପାଖରେ ବୋଇଂ ୭୩୭ ସିରିଜ୍ ବିମାନରେ ୯,୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ଏଥିରେ ୭୩୭-୮୦୦ ସହିତ ଆଧୁନିକ ୭୩୭ ମ୍ୟାକ୍ସ ୮ ଏବଂ ମ୍ୟାକ୍ସ ୯ ମଡେଲ୍ ମଧ୍ୟ ସାମିଲ ଅଛି। ତାଙ୍କ ମୋଟ ଉଡ଼ାଣ ସମୟ ମଧ୍ୟରୁ ମଚ୍ଛାର ପାଇଲଟ୍-ଇନ୍-କମାଣ୍ଡ ଭାବେ ୬,୪୦୦ ଘଣ୍ଟା ପୂରଣ କରିଛନ୍ତି। ବିମାନର ସୁରକ୍ଷା, କ୍ରୁ ମଧ୍ୟରେ ସମନ୍ୱୟ ଏବଂ ଉଡ଼ାଣ ସମୟରେ କୌଣସି ତ୍ରୁଟି ଘଟିଲେ ଜରୁରୀକାଳୀନ ପଦକ୍ଷେପ ନେବାର ଶେଷ ଦାୟିତ୍ୱ ପିଆଇସିଙ୍କ ଉପରେ ରହିଥାଏ। ଏହି ଘଟଣାରେ ତାଙ୍କ ପିଆଇସି ଭାବରେ ଥିବା ଅଭିଜ୍ଞତା ବେଶ୍ ଉପଯୋଗୀ ହୋଇଥିଲା। ୨୦୨୨ ମସିହାରେ ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ୍ ଭାବେ ଫ୍ଲାଇଦୁବାଇରେ ଯୋଗଦେବା ପୂର୍ବରୁ ମଚ୍ଛାର ମୁମ୍ବାଇରେ ସ୍ପାଇସଜେଟ୍ ସହିତ ୧୧ ବର୍ଷ କାମ କରିଥିଲେ। ନଭେମ୍ବର ୨୦୨୦ରୁ ସେ ‘ଲାଇନ୍ ଟ୍ରେନିଂ କ୍ୟାପଟେନ୍’ ଭାବେ କାମ କରିଥିଲେ। ଏହି ଭୂମିକାରେ ତାଙ୍କୁ ପ୍ରକୃତ ବୋଇଂ ରୁଟ୍ରେ ଅନ୍ୟ କମାଣ୍ଡରମାନଙ୍କର ମୂଲ୍ୟାଙ୍କନ, ପ୍ରଶିକ୍ଷଣ ଏବଂ ପରୀକ୍ଷା କରିବାର ଦାୟିତ୍ୱ ଦିଆଯାଇଥିଲା।
ସାଉଦି ଆରବରେ ସୁରକ୍ଷିତ ଅବତରଣ
ଜୋର୍ଡାନ୍ର ଆକାଶ ସୀମାରେ ଘଟିଥିବା ସଂଘର୍ଷ ସମୟରେ ଛୁରି ଆଘାତରେ ଆହତ ହୋଇଥିଲେ ମଧ୍ୟ ମଚ୍ଛାର କ୍ୟାବିନ୍ କ୍ରୁ ସହିତ ମିଶି ଫ୍ଲାଇଟ୍ ଡେକ୍କୁ ସୁରକ୍ଷିତ କରିଥିଲେ ଏବଂ ବିମାନକୁ ସ୍ଥିର କରିଥିଲେ।ଏହାପରେ ଫ୍ଲାଇଟ୍ କ୍ରୁ ବୋଇଂ ୭୩୭ ମ୍ୟାକ୍ସ ବିମାନକୁ ସାଉଦି ଆରବର ଆକାଶ ସୀମା ମଧ୍ୟରେ ତଳକୁ ଆଣିଥିଲେ। ଏହି ସମୟରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପୁଣି ଚାଲୁ ହୋଇଥିଲା। ଶେଷରେ ବିମାନଟି ସାଉଦି ଆରବର ତାବୁକ୍ ରିଜିଓନାଲ୍ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।
ବିଜୁ ଏକ୍ସପ୍ରେସ୍ ୱେ କଡ଼ କାର୍ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

21 hours ago
2


