Capital Hospital: କ୍ୟାପିଟାଲ ହସ୍ପିଟାଲ: ରୋଗୀଙ୍କୁ ମିଳୁନି ଏଣ୍ଡୋସ୍କୋପି ସେବା, ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ

2 days ago 4
ARTICLE AD BOX

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଏଣ୍ଡୋସ୍କୋପି ସେବା ଏବେ ଠପ୍‌ ହୋଇପଡ଼ିଛି। ଏଣ୍ଡୋସ୍କୋପି ମେସିନ ଅଚଳ ହୋଇଯିବା ଯୋଗୁ ଗତ କିଛି ଦିନ ହେବ ରୋଗୀମାନଙ୍କୁ ଏହି ଜରୁରୀ ଡାଏଗ୍ନୋଷ୍ଟିକ୍‌ ସେବା ମିଳୁନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ନିରାଶ ହୋଇ ଫେରୁଛନ୍ତି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Maa Taratarini Temple: ଅକ୍ଟୋବର ୩ରୁ ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା

ଶୀଘ୍ର ମରାମତିର ପ୍ରତିଶ୍ରୁତି

ସୂଚନା ଅନୁସାରେ,  ଏଣ୍ଡୋସ୍କୋପି ବିଭିନ୍ନ ପାଚନତନ୍ତ୍ର ସମ୍ପର୍କିତ ସମସ୍ୟାର ନିରୀକ୍ଷଣ ଓ ରୋଗ ଚିହ୍ନଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଡାକ୍ତରଙ୍କ ପରାମର୍ଶ ପରେ ଅନେକ ରୋଗୀଙ୍କୁ ଏହି ପରୀକ୍ଷା କରାଇବାକୁ ପଡ଼ିଥାଏ। ସରକାରୀ ହସ୍ପିଟାଲରେ ଏହା ମାଗଣାରେ ଉପଲବ୍ଧ ହେଉଥିବାରୁ ଆର୍ଥିକ ଭାବେ ଦୁର୍ବଳ ରୋଗୀଙ୍କ ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ।କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସପ୍ତାହକୁ ତିନି ଦିନ ଏଣ୍ଡୋସ୍କୋପି ପରୀକ୍ଷା କରାଯାଇଥାଏ। ପ୍ରତିଦିନ ପ୍ରାୟ ୩୦ରୁ ୪୦ ଜଣ ରୋଗୀଙ୍କର ଏଣ୍ଡୋସ୍କୋପି ମାଗଣାରେ କରାଯାଉଥିବାରୁ ଏହି ସେବା ଉପରେ ଅନେକ ଗରିବ ଓ ମଧ୍ୟବିତ୍ତ ରୋଗୀ ନିର୍ଭର କରିଥାନ୍ତି।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ମେସିନ ଅଚଳ ହେବା ପରେ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ମେସିନ ଖରାପ ହୋଇଯିବାରୁ ଏଣ୍ଡୋସ୍କୋପି ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ସେବା ନପାଇ ଫେରୁଛନ୍ତି। କେତେକ ରୋଗୀଙ୍କୁ ଅନ୍ୟ ସ୍ଥାନରେ ପରୀକ୍ଷା କରାଇବାକୁ ପଡ଼ୁଥିବାରୁ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ଏନେଇ କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଅଧୀକ୍ଷକ ଡା. ପ୍ରଭାତ କୁମାର ରଥ କହିଛନ୍ତି ଯେ, ଏଣ୍ଡୋସ୍କୋପି ମେସିନ ଖରାପ ହୋଇଛି। ମେସିନରେ ଦେଖାଦେଇଥିବା ତ୍ରୁଟି ସମ୍ପର୍କରେ ସଂପୃକ୍ତ କମ୍ପାନିକୁ ଅବଗତ କରାଯାଇଛି। ମେସିନଟି ୱାରେଣ୍ଟି ଅବଧି ମଧ୍ୟରେ ଥିବାରୁ କମ୍ପାନି ପକ୍ଷରୁ ଏହାର ମରାମତି କରାଯିବ। ଖୁବ୍‌ଶୀଘ୍ର ମେସିନଟି ସଚଳ କରାଯାଇ ଏଣ୍ଡୋସ୍କୋପି ସେବା ପୁଣି ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.