Bus Truck Accident: ଲକ୍ଷ୍ମୀ ବସ୍–ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଳକଙ୍କ ସମେତ ୬ ଯାତ୍ରୀ ଆହତ

1 hour ago 1
ARTICLE AD BOX

ଜମନକିରା: ବଡ଼ରମା ଘାଟି ତଳ ବନଦୁର୍ଗା ମନ୍ଦିର ନିକଟ ପତ୍ରାପାଲି ଛକରେ ଶୁକ୍ରବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବସ୍ ଚାଳକ ଆହତ ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ସମ୍ବଲପୁରରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ୍ ନଂ (ଓଡ଼ି ୧୯ ୱାଇ ୯୧୭୨) ବଡ଼ରମା ଘାଟି ତଳ ବନଦୁର୍ଗା ମନ୍ଦିର ନିକଟ ପତ୍ରାପାଲି ଛକରେ ଯାତ୍ରୀଙ୍କୁ ଓହ୍ଲାଇ ଆଗକୁ ଗତି କରୁଥିବା ବେଳେ ବିପରୀତ ଦିଗରୁ ବଡ଼ରମା ଘାଟି ତଳକୁ ଆସୁଥିବା ଟ୍ରକ୍ ନଂ (ଜେଏଚ୍ ୧୧ ଆର ୨୬୨୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ। ଭାଗ୍ୟବଶତଃ କୌଣସି ବଡ଼ ଧରଣର ଜୀବନହାନି ଘଟିନଥିବାବେଳେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ। ଲକ୍ଷ୍ମୀ ବସ୍ ଚାଳକଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।

National Handloom Day: ସାଂସ୍କୃତିକ ପରିଚୟ ସଂରକ୍ଷଣରେ ଓଡ଼ିଶାର ବୁଣାକାରମାନଙ୍କ ଅବଦାନ ପ୍ରଶଂସନୀୟ: ରାଜ୍ୟପାଳ

ଏହାସହ ବସ୍‌ରେ ଥିବା ପ୍ରାୟ ୬ ଜଣ ଯାତ୍ରୀଙ୍କୁ ପୁଲିସ ୧୦୮ ଆମ୍ବୁଲାନ୍ସ ସହାୟତାରେ ସମ୍ବଲପୁର ଡାକ୍ତରଖାନାକୁ ପଠାଇଥିଲେ। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୂର୍‌ମାର୍‌ ହୋଇ ଯାଇଥିବାବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗୌଡ଼ପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଏନ୍ଏଚ ୫୩ ଉପରେ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା। ପୁଲିସ୍ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.