Bus Fire: ଚଳନ୍ତା ସ୍ଲିପର୍ ବସରେ ଅଗ୍ନିକାଣ୍ଡ: ଡ୍ରାଇଭର-କଣ୍ଡକ୍ଟର ଅଟକ; ଶୋକ ପ୍ରକାଶ କଲେ ଯୋଗୀ

4 days ago 4
ARTICLE AD BOX

ଗ୍ରେଟର ନୋଏଡ଼ା: ଯମୁନା ଏକ୍ସପ୍ରେସ୍-ୱେରେ ଏକ ଚଳନ୍ତା ସ୍ଲିପର୍ ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ସମେତ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୧:୩୦ ସମୟରେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଯାଉଥିବା ବସରେ ଏହି ଦୁର୍ଘଟଣା ଘଟିଛି। ନୋଏଡ଼ା-ଆଗ୍ରା ରୁଟର ୩୩ କିଲୋମିଟର ନିକଟରେ ଅଗ୍ନିକାଣ୍ଡ ଘଟିବା ପରେ ବସଟି ନିମିଷକ ମଧ୍ୟରେ ଜଳିଯାଇଥିଲା।

ଯୋଗୀ ଆଦିତ୍ୟନାଥଙ୍କ ଗଭୀର ଶୋକ ପ୍ରକାଶ

ପୁଲିସ ଦ୍ୱାରା ରୁଜୁ ଏଫଆଇଆର୍ ଅନୁଯାୟୀ, ଗାଡ଼ିରୁ ଜଳିବା ଗନ୍ଧ ବାହାରିବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ ହେଁ ଡ୍ରାଇଭର୍ ଓ କଣ୍ଡକ୍ଟର ସେମାନଙ୍କ କଥାକୁ ଏଡ଼ାଇ ଦେଇଥିଲେ। ଗାଡ଼ି ନରଖି ଉଭୟ ବିଡ଼ି-ସିଗାରେଟ୍ ଟାଣିବା ଜାରି ରଖିବା ସହ ଗାଡ଼ି ରୋକିବାକୁ ଦାବି କରୁଥିବା ଯାତ୍ରୀଙ୍କୁ ଧମକ ଚମକ ଦେଇଥିଲେ। ଶୋଇଥିବା ଯାତ୍ରୀମାନେ ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇପଡ଼ିଥିବା ବେଳେ କିଛି ଯାତ୍ରୀ କାଚ ଭାଙ୍ଗି ଚଳନ୍ତା ବସରୁ ଡେଇଁ ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡ୍ରାଇଭର ପବନ ଓ କଣ୍ଡକ୍ଟର ଯୋଗେଶଙ୍କୁ ପୁଲିସ ହେପାଜତକୁ ନେଇଛି।

Helicopter crashes: ବାହାଘରର କିଛି ମିନିଟ୍ ପରେ ମୃତ୍ୟୁ! ସ୍ୱାମୀଙ୍କ ଶବ ତଳେ ୬ ଘଣ୍ଟା ଫସି ରହିଲେ ନବବଧୂ

ଶର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ କୁହାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.