Bus Accident: ସ୍ବିଜରଲ୍ୟାଣ୍ଡ: ଓଲଟି ପଡ଼ିଲା ଡଚ୍‌ ଟୁରିଷ୍ଟ ବସ୍‌: ଅନେକ ମୃତାହତ

2 hours ago 1
ARTICLE AD BOX

ଜେନେଭା: ପୂର୍ବ ସ୍ବିଜରଲ୍ୟାଣ୍ଡରେ ଏକ ଡଚ୍‌ ଟୁରିଷ୍ଟ ବସ୍ ଓଲଟି ପଡ଼ିବା ଯୋଗୁ ଅନେକ ଲୋକ ମୃତାହତ ହୋଇଥିବା ପୁଲିସ କହିଛି। ଗୁରୁବାର ଅପରାହ୍ଣରେ ବସ୍‌ଟି ଓଲଟି ପଡ଼ିଥିବାବେଳେ ପ୍ରକୃତରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଗ୍ରାଉବୁଏଣ୍ଡେନର ଆଲପାଇନ୍ କ୍ୟାଣ୍ଟନର ସୁସ୍ଚ ଓ ଜେର୍ନେଜ୍ ଗ୍ରାମ ମଧ୍ୟରେ ବସ୍‌ଟି ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ପୁଲିସ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରିନାହିଁ। ତେବେ ସ୍ବିସ୍‌ ଗଣମାଧ୍ୟମ ଅନୁଯାୟୀ ଗାଡ଼ିରେ ମୋଟ ୪୮ ଜଣ ଲୋକ ଥିଲେ। ଯାତ୍ରୀମାନେ ଡଚ୍‌ ନାଗରିକ ବୋଲି ଜଣାପଡ଼ିଛି। ଜଣେ ପୁଲିସ ମୁଖପାତ୍ର କହିଛନ୍ତି ଯେ, ବସ୍‌ଟି କ୍ରାସ୍ ବାରିୟର ସହିତ ଧକ୍କା ହୋଇଥିଲା ଓ ତା’ପରେ ଓଲଟି ପଡ଼ିଥିଲା। ଅନ୍ୟ କୌଣସି ଯାନ ଦୁର୍ଘଟଣା‌ରେ ସମ୍ପୃକ୍ତ ନଥିବା ବିଶ୍ୱାସ କରାଯାଉଛି। ଉଦ୍ଧାରକାର୍ଯ୍ୟରେ ଅନେକ ଆମ୍ବୁଲାନ୍ସ ଓ ୫ଟି ହେଲିକପ୍ଟର ନିୟୋଜିତ କରାଯାଇଛି। ଡଚ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ସ୍ୱିସ୍ ରାଷ୍ଟ୍ରପତି ଗାଏ ପାର୍ମେଲିନ୍ ‘ଏକ୍ସ’ ରେ ଲେଖି ପ୍ରତିଶ୍ରୁତି ଦେଇଥିଲେ ଯେ, ସ୍ୱିସ୍ କର୍ତ୍ତୃପକ୍ଷ ମାମଲାର ‘ବ୍ୟାପକ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ’ ସୁନିଶ୍ଚିତ କରିବେ।

Church Roof Collapse: ଭେଲୋରରେ ନିର୍ମାଣାଧୀନ ଚର୍ଚ୍ଚ ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୪ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.