ARTICLE AD BOX
ରାଜନଗର (ସୂର୍ଯ୍ୟନାରାୟଣ ଲେଙ୍କା): ବିଲରେ ଷଣ୍ଢ ପଶିଯିବାରୁ ଜମି ମାଲିକ ଅବସରପ୍ରାପ୍ତ ଯବାନ ଦିବାକର ମଲ୍ଲିକ ଗୋଟିଏ ଷଣ୍ଢକୁ ହତ୍ୟା କରିଥିବାବେଳେ ଅନ୍ୟ ଗୋଟିଏ ଷଣ୍ଢକୁ ସାଂଘାତିକ ଭାବେ କ୍ଷତବିକ୍ଷତ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ଦିବାକରଙ୍କୁ ରାଜନଗର ପୁଲିସ୍ ଆଜି ଗିରଫ କରିଛି।
ରାଜନଗର ଥାନା ଅନ୍ତର୍ଗତ ଅମଣାପାରି ଗାଁର ଦିବାକର ମଲ୍ଲିକ ସୈନିକ ଭାବେ କାର୍ଯ୍ୟ କରି ଅବସର ନେବାପରେ ଗାଁରେ ଚାଷ କରୁଛନ୍ତି। ଗାଁ ନିକଟରେ ଥିବା ମଧୁପୁର ମୌଜାରେ ବିଲରେ ତଳି ପକାଇଛନ୍ତି। ଗତ ୯ତାରିଖରେ ଦୁଇଟି ଷଣ୍ଢ ବିଲରେ ପଶି ତଳି ଖାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦିବାକର ଦୁଇଟି ଷଣ୍ଢଙ୍କୁ ପ୍ରଥମେ ଶାବଳରେ ନିର୍ମମ ପିଟିଥିଲେ | ଏଥିରେ ମନଶାନ୍ତି ନହେବାରୁ କଟୁରୀରେ ଗୋଟିଏ ଷଣ୍ଢଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ଗୋଟିଏ ଷଣ୍ଢର ମୃତ୍ୟୁ ହେବା ସହ ଅନ୍ୟ ଏକ ଷଣ୍ଢ ଗୁରୁତର ଆହତ ହୋଇଛି।
Jajpur: କୂଅରେ ପଡ଼ିଥିବା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା। ମୃତ ଷଣ୍ଢର ବ୍ୟବଛେଦ ପରେ ପୋତି ଦିଆଯାଇଛି। ଗ୍ରାମର ବିବେକାନନ୍ଦ ସାମନ୍ତରାୟଙ୍କ ଏତଲା ଆଧାରରେ ରାଜନଗର ଥାନାରେ କେସ ନମ୍ବର ୨୬୮/୨୦୨୬ ଓ ଦଫା ୩୨୪(୪ ), ୩୨୪ (୫) , ୩୨୫ ବିଏନଏସ ଓ ୧୧ ପ୍ରେଭେନସନ୍ ଅଫ କ୍ରୁଏଲିଟି ଟୁ ଆନିମଲ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦିବାକରଙ୍କୁ ଗିରଫ କରିଛି। ଆକ୍ରମଣରେ ବ୍ୟବହୃତ ଶାବଳ ଓ କଟୁରି ଜବତ କରିବା ସହିତ ଆଜି ଦିବାକରଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି |

1 hour ago
1


