Bulding Collasped: ରୋହିଣୀରେ କୋଠା ଭୁଶୁଡ଼ି ଜଣଙ୍କର ମୃତ୍ୟୁ, ୮ ଫସିଛନ୍ତି

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଆଜି ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ‌ ହୋଇଯାଇଛି। ମୃତକଙ୍କ ନାଁ ହେଉଛି ରାମ। ସେ ଜଣେ ମେକାନିକ୍‌ ଭାବେ କାମ କରୁଥିଲେ। ଭଗ୍ନ କୋଠା ତଳେ ଆହୁରି ୮ ଜଣ ଫସି ରହିଥିବାବେଳେ ଦିଲ୍ଲୀ ଅଗ୍ନିସେବା (ଡିଏଫ୍‌ଏସ୍) ପକ୍ଷରୁ ଉଦ୍ଧାର ଅପରେସନ୍‌ ଜାରି ରହିଛି।

ଡିଏଫ୍ଏସ୍ କହିଛି ଯେ ସେମାନେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ‌ ଲୋକମାନେ ୨ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ଫସିଥିବା ଲୋକମାନଙ୍କୁ ବାହାର କରିବା ପାଇଁ ଅପରେସନ୍‌ ଜାରି ରହିଛି। ଇତି ମଧ୍ୟରେ କୋଠା ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡିସିପି ଶଶାଙ୍କ ଜୟସ୍ବାଲ ସ୍ପଷ୍ଟ କରିଛନ୍ତି।

Road Blocked: ଲଗାଣ ବର୍ଷାରେ ଗଛ ପଡ଼ି ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍

ଡିଏଫ୍‌ଏସ୍ ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ଟା ୨୦ ସମୟରେ ଏହି ଘଟଣା ଘଟିଥିଲା। ରୋହିଣୀ ସେକ୍ଟର ୧୬ର ଏମ୍‌ସିଡିି ସ୍କୁଲ୍‌ ନିକଟରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ଉପୁଜିଥିବାରୁ ଦିଲ୍ଲୀ-ଏନ୍‌ସିଆର୍‌ର ବିଭିନ୍ନ ଅଂଶରେ ଆଜି ଟ୍ରାଫିକ ଜାମ୍‌ ଦେଖାଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.