ARTICLE AD BOX
ମାଲକାନଗିରି: ୪ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିଥିଲେ ମାଓବାଦୀ। ସମସ୍ତ ବ୍ଲକ୍ରେ ନିଜସ୍ବ ଆଇନ କାନୁନ ଚଳାଉଥିଲେ। ବିଶେଷ କରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଲାଲ୍ବାହିନୀ ନିଜ ରାଜଧାନୀରେ ପରିଣତ କରିଥିଲେ। ସେଣ୍ଟ୍ରାଲ କମିଟି ସଦସ୍ୟ ଏଠାରେ ରହି ରଣନୀତି ପ୍ରସ୍ତୁତ କରୁଥିଲେ। ବିଚ୍ଛିନ୍ନାଞ୍ଚଳକୁ ପୁଲିସ କିମ୍ବା ସୁରକ୍ଷାକର୍ମୀ ପଶିବା ମୁସ୍କିଲ ଥିଲା। ଯଡାମ୍ବରେ ସଭାଗୃହ ସହ ନକ୍ସଲଙ୍କ ରହିବା ଏବଂ ପାଠାଗାରର ସୁବିଧା କରାଯାଇଥିଲା। ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ନକ୍ସଲ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲ ଏବଂ ଗାଁରେ କଳା ପତାକା ଉଡ଼ାଉଥିଲେ। ଅନ୍ୟ ସମୟରେ ଉଡ଼ୁଥିଲା ଲାଲ୍ ପତାକା। ଗତ ମାର୍ଚ୍ଚ ୩୧ରୁ ମାଓମୁକ୍ତ ଘୋଷଣା ପରେ ମାଲକାନଗିରି ଜିଲ୍ଲାରେ ୮୦ ତମ ସ୍ବାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଭାରତୀୟ ସୀମାସୁରକ୍ଷା ବାହିନୀ (ବିଏସ୍ଏଫ୍) ଲାଲ୍ ପତାକା ଉଡୁଥିବା ସମସ୍ତ ଅଞ୍ଚଳରେ ଉଡ଼ାଇଛି ତ୍ରିରଙ୍ଗା। ନକ୍ସଲ ହିଂସା ନିୟନ୍ତ୍ରଣ ପାଇଁ ୨୦୧୦ରେ ମାଲକାନଗିରି ନିକଟ ଏମ୍ଭି-୩ରେ ବିଏସ୍ଏଫ୍ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିଥିଲା। ପରେ ନକ୍ସଲପ୍ରବଣ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ୭ଟି ବ୍ଲକ୍ରେ ୧୦ଟି କ୍ୟାମ୍ପ ନିର୍ମାଣ ହୋଇଥିଲା।
BSNL's big decision: ବିଏସ୍ଏନ୍ଏଲ୍ର ବଡ଼ ନିଷ୍ପତ୍ତି: ୩୫୦ ଜମି ଲିଜ୍ ଦେବ, ନ ହେଲେ ବିକିବ
ଏହା ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ପଶିବା ଆରମ୍ଭ କରିଥିଲେ ବିଏସ୍ଏଫ୍ ଯବାନ। ମାଓ ଗତିବିଧି ଉପରେ ନଜର ରଖିବା ସହ କମ୍ବିଂ ଓ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରିଥିଲେ। ୨୦୧୧ରେ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ନକ୍ସଲ ଅପହରଣ କରିଥିଲେ। ଏଥି ସହ ୨୦୧୩ରେ ବାଲିମେଳା ଜଳଭଣ୍ଡାରର ଆଲମପାକାରେ ୩୭ ଜଣ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ନକ୍ସଲ ଦମନ ଅଭିଯାନକୁ ଜୋର୍ଦାର କରିବା ଲାଗି ବିଏସ୍ଏଫ୍ କ୍ୟାମ୍ପ ସଂଖ୍ୟା ୧୦ରୁ ବଢ଼ି ୨୪ରେ ପହଞ୍ଚିଲା। ପୁଲିସ ସହ ମିଶି ଯବାନ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଡେରା ପକାଇଲେ। ବିଶେଷ କରି ପଡ଼ିଆ, କାଲିମେଳା, ମାଥିଲି, ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଲକ୍ର ସମସ୍ତ ଅଞ୍ଚଳରେ ବିଏସ୍ଏଫ୍ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରିଥିଲା। ଯେଉଁଥି ପାଇଁ ନକ୍ସଲ ଆଉ ପ୍ରଜାମେଳି କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ଯବାନଙ୍କ ଉପସ୍ଥିତି ବଢ଼ିବା ପରେ ବିଚ୍ଛିନ୍ନାଞ୍ଚଳରୁ ଧୀରେ ଧୀରେ ନକ୍ସଲ ହଟିବା ସହିତ ଅଦୃଶ୍ୟ ହେବାରେ ଲାଗିଲା ଲାଲ୍ ପତାକା।
Plantation: ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
୨୦୧୪ରୁ ବାଲିମେଳା ଜଳଭଣ୍ଡାରରେ ଗୁରୁପ୍ରିୟା ସେତୁ ନିର୍ମାଣ ଜୋର୍ ଧରିଲା। ବିଏସ୍ଏଫ୍ ଯବାନଙ୍କ ସୁରକ୍ଷା ବଳୟ ଭିତରେ ୨୦୧୮ ଜୁଲାଇରେ ଉଦ୍ଘାଟନ ହୋଇଥିଲା ଗୁରୁପ୍ରିୟା ସେତୁ। ସେତୁ ଉଦ୍ଘାଟନ ପରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନାଞ୍ଚଳକୁ କବ୍ଜା କରି ନେଇଥିଲେ ସୁରକ୍ଷା ବାହିନୀ। ୨୦୧୮ ପରେ ନକ୍ସଲ ଜିଲ୍ଲା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଲୋକେ ଭୟ ଓ ଆତଙ୍କରୁ ମୁକୁଳିବା ପରେ ବିଚ୍ଛିନ୍ନାଞ୍ଚଳକୁ ସରକାର ସ୍ବାଭିମାନ ଅଞ୍ଚଳର ପରିଚୟ ଦେଇଛନ୍ତି। ଜିଲ୍ଲାକୁ ମାଓମୁକ୍ତ କରିବା ସହ ବିକାଶକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ବିଏସ୍ଏଫ୍ ଯବାନଙ୍କ ପ୍ରମୁଖ ଅବଦାନ ରହିଛି।

1 hour ago
1

