ARTICLE AD BOX
ବାଲିପାଟଣା: ରାଜ୍ୟ ବାହାରେ ସାଙ୍ଗ ହୋଇ କାମ କରୁଥିଲେ | ୨ ମାସ ପରେ ଗାଁକୁ ଫେରିଥିଲେ | ସକାଳୁ ଘରେ ପହଞ୍ଚି ସାଙ୍ଗମାନେ ଡାକିବାରୁ ମଦ ପିଇବାକୁ ବାହାରି ଯାଇଥିଲେ | ନିଶାଚୁର ହେବା ପରେ ସାଙ୍ଗକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଟଙ୍କା ଏବଂ ମୋବାଇଲ ଲୁଟି ଜଙ୍ଗଲରେ ଫୋପାଡ଼ି ଦେଲେ ୨ ସାଙ୍ଗ | ଯୁବକଙ୍କୁ ଦରମରା ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ | ଏଭଳି ଏକ ହୃଦୟ ବିଦାରକ ଘଟଣା ବନମାଳୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କ ଚିକିତ୍ସା ଚାଲିଛି | ଏନେଇ ପରିବାର ପକ୍ଷରୁ ପୁଲିସରେ ଲିଖିତ ଅଭିଯୋଗ ହୋଇଛି | ହେଲେ ଏଯାଏଁ ଆକ୍ରମଣକାରୀଙ୍କ ପାଖରେପୁଲିସ ପହଞ୍ଚି ପାରିନି |
ସୂଚନା ଅନୁସାରେ, ବନମାଳୀପୁର ଫାଣ୍ଡି ଅଧୀନ ଶିବବରହମପୁର ଗ୍ରାମର ଗଙ୍ଗାଧର ଭୋଇ ( ୨୩ )| ଗଙ୍ଗାଧର ଏବଂ ସେହି ଗ୍ରାମର କାଳନ୍ଦୀ ଭୋଇ କେରଳରେ କାମ କରୁଥିଲେ | ୨ ମାସ କାମ କରି ଗତ ମଙ୍ଗଳବାର ଘରକୁ ଫେରିଥିଲେ | ସକାଳ ୯ ଟାରେ ସେମାନେ ଘରେ ପହଞ୍ଚି ଥିଲେ | କାଳନ୍ଦୀ ଏବଂ ରାଜା ଭୋଇ ଗଙ୍ଗାଧରକୁ ମଦ ପିଇବାକୁ ଡ଼ାକି ନେଇଥିଲେ | ସେମାନେ ନିଆଳି ଅଞ୍ଚଳକୁ ଯାଇଥିଲେ | ସେଠାରେ କୌଣସି କାରଣକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା |
ଗଙ୍ଗାଧରଙ୍କ ମୁହଁ ଫଟେଇ ଦେଇଥିଲେ
ନୂଆ ଗାଁ କଲେଜ ପଛ ପଟ ଜଙ୍ଗଲରେ ଗଙ୍ଗାଧରଙ୍କୁ ୨ ସାଙ୍ଗ ନିର୍ଦ୍ଧୁମ ପିଟି ଥିଲେ | ମୁଥ ମାରି ଗଙ୍ଗାଧରଙ୍କ ମୁହଁ ଫଟେଇ ଦେଇଥିଲେ | ବାଡ଼ିରେ ଶରୀରର ବିଭିନ୍ନ ସ୍ଥାନକୁ ପିଟି ଦରମାର ଅବସ୍ଥାରେ ସେଠାରେ ପକେଇ ଦେଇଥିଲେ | କୌଣସି ସୂତ୍ରରୁ ପରିବାର ଲୋକେ ଖବର ପାଇ ନୂଆ ଗାଁ ଜଙ୍ଗଲରୁ ଗଙ୍ଗାଧରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା | ସେମାନେ ଗଙ୍ଗାଧରଙ୍କ ପାଖରେ ଥିବା ୫୦ ହଜାର ଟଙ୍କା ଓ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଜିନିଷ ଲୁଟ୍ କରି ନେଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି | ଘଟଣାକୁ ୪ ଦିନ ବିତିଥିଲା ସୁଦ୍ଧା ପୁଲିସ ଦୁର୍ବୃତ୍ତଙ୍କ ଟେର ପାଇ ନାହିଁ | ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି |
Puri Hospital: ପୁରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭୁଲ ରକ୍ତ: ଗୁରୁତର ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

1 hour ago
1


