ARTICLE AD BOX
ଭୁବନେଶ୍ବର: ପ୍ରାୟ ଦୁଇଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଡିଭିଜନର ପୂର୍ବତନ ବନାଧିକାରୀ (ଡିଏଫ୍ଓ) ପ୍ରଣବ କୁମାର ମହାନ୍ତି ଓ ଘାସିଆଁ ଦକ୍ଷିଣ ରେଞ୍ଜ୍ର ପୂର୍ବତନ ଡେପୁଟି ରେଞ୍ଜ୍ ଅଧିକାରୀ ଚିତ୍ତ ରଞ୍ଜନ ଦେହୁରୀ ଆଜି (ସୋମବାର) ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ଦଣ୍ଡିତ ହୋଇଛନ୍ତି। Vigilance: ସଙ୍କୁରୀ ଓ ପଟ୍ଟନାୟକ ପୋଖରୀ ଦୁର୍ନୀତି ମାମଲାରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ:୩ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
ମିଳିଥିବା ସୂଚନାନୁସାରେ, ୨୦୨୦ରେ କେନ୍ଦୁ ପତ୍ର ଫଡି (ଗୋଦାମ)ଗୁଡ଼ିକର ମରାମତି କରିବା ନିମନ୍ତେ ପାଣ୍ଠୀ ପ୍ରଦାନ କରିବାକୁ ୧ଲକ୍ଷ ୬୬ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଉଭୟ ଅଧିକାରୀଙ୍କୁ ରଙ୍ଗେହାତ ଧରିଥିଲା। ସେମାନଙ୍କ ବିରୋଧରେ ୧୩/୨୦୨୦ରେ ୧୩ ଅଗଷ୍ଟ ୨୦୨୦ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୨ରେ ଏକ ମାମଲା ରୁଜୁ କରିଥିଲା। ଠିକଣା ସମୟରେ ଚାର୍ଜସିଟ୍ଦାଖଲ କରିଥିଲା।
Arrested by Vigilance ୨୩ଲକ୍ଷ ଟଙ୍କା ହଡ଼ପ, ପାଟଣାଗଡ଼ର ପୂର୍ବତନ ପିଏସିଏସ୍ ସମ୍ପାଦକ ଗିରଫ
ଏହି ମାମଲାର ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ସମସ୍ତ ପକ୍ଷରୁ ଯୁକ୍ତି ଶୁଣିବା ପରେ ଆଜି କୋର୍ଟ ସେମାନଙ୍କୁ ୩ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ରାୟ ପରେ ସେମାନଙ୍କ ବିରୋଧରେ ପେନ୍ସନ ବନ୍ଦ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

1 hour ago
2


