Brahmos: ଉତ୍ତରପ୍ରଦେଶରେ ନିର୍ମିତ ବ୍ରାହ୍ମୋସ ମିସାଇଲ୍ ପାକିସ୍ତାନର ନିଦ ହଜାଇ ଦେଇଛି: ଅମିତ ଶାହ

2 days ago 3
ARTICLE AD BOX

ଗ୍ରେଟର ନୋଏଡା:ଉତ୍ତର ପ୍ରଦେଶରେ ନିର୍ମାଣ ହେଉଥିବା ‘ବ୍ରାହ୍ମୋସ’ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ପାକିସ୍ତାନର ନିଦ ହଜାଇ ଦେଇଛି ବୋଲି ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ସେଣ୍ଟର ଏବଂ ମାର୍ଟଠାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବା ଅବସରରେ ସେ ରାଜ୍ୟର ବୃଦ୍ଧି ପାଉଥିବା ପ୍ରତିରକ୍ଷା ଉତ୍ପାଦନ କ୍ଷମତା ଓ ନିବେଶ ଅନୁକୂଳ ପରିବେଶକୁ ପ୍ରଶଂସା କରିଛନ୍ତି।

ଶତ୍ରୁପକ୍ଷ ପାଇଁ ବଡ଼ ଚିନ୍ତାର କାରଣ

ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ସମସ୍ତ ୬ଟି ଅଞ୍ଚଳ ଝାନ୍ସୀ, ଚିତ୍ରକୂଟ, ଲକ୍ଷ୍ନୌ, ଆଗ୍ରା, ଆଲିଗଡ଼ ଏବଂ କାନପୁରରେ ବ୍ୟାପକ ନିବେଶ ହେଉଥିବା ସେ ସୂଚନା ଦେଇଛନ୍ତି। ଲକ୍ଷ୍ନୌସ୍ଥିତ ବ୍ରାହ୍ମୋସ ୟୁନିଟ୍ ଏବଂ ଆମେଠିରେ ପ୍ରସ୍ତୁତ ଏକେ-୨୦୩ ଆସଲ୍ଟ ରାଇଫଲର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଆତଙ୍କବାଦୀ, ନକ୍ସଲ ଏବଂ ଶତ୍ରୁପକ୍ଷ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ୨୦୨୫ ମେ'' ମାସରେ ଲକ୍ଷ୍ନୌଠାରେ ୩୦୦ କୋଟି ନିବେଶରେ ୨୦୦ ଏକର ପରିମିତ ଜମିରେ ବ୍ରାହ୍ମୋସ ସଂଯୋଜନ ଓ ପରୀକ୍ଷଣ କେନ୍ଦ୍ର ଉଦଘାଟନ କରାଯାଇଥିବା ବେଳେ ଗତ ଅକ୍ଟୋବର ୨୦୨୫ରେ ଏଠାରୁ ପ୍ରଥମ ବ୍ୟାଚ୍ ମିସାଇଲ୍ ଯୋଗାଣ ଆରମ୍ଭ ହୋଇଥିଲା।

Harassment: ବିହାରରେ ତୃତୀୟ ଲଜ୍ଜାଜନକ ଘଟଣା: ପର୍ଯ୍ୟଟନ ସ୍ଥଳୀରେ ମହିଳାଙ୍କୁ ଚପଲରେ ଆକ୍ରମଣ କଲେ ୬ ପୁରୁଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଯୋଗୁଁ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତର ରପ୍ତାନି କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୭ ପରଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ରାଜ୍ୟରୁ ମାଫିଆରାଜର ଅନ୍ତ ଘଟିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିବାରୁ ନିବେଶକଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଏହାସହ ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ଜରିଆରେ ସ୍ଥାନୀୟ ସ୍ତରରେ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିବାରୁ ସେମାନଙ୍କର ଅନ୍ୟ ରାଜ୍ୟକୁ ଯିବା ହ୍ରାସ ପାଇଛି। ସେପ୍ଟେମ୍ବର ୨୫ରୁ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଣିଜ୍ୟ ମେଳାରେ ୮୫ଟି ଦେଶରୁ ୫୫୦ରୁ ଅଧିକ ଆନ୍ତର୍ଜାତୀୟ କ୍ରେତା ଏବଂ ୨,୪୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.