ARTICLE AD BOX
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ ଛପା କାର୍ଯ୍ୟ ଆରମ୍ଭ ହୋଇଛି। ଗୋଟିଏ ମାସ ମଧ୍ୟରେ ପ୍ରଚୁର ପରିମାଣର ବହି ଛପାଯିବାକୁ ଥିବା ବେଳେ ସରକାରୀ ସ୍ତରରେ ପ୍ରିଣ୍ଟିଂ ପାଇଁ ସେଭଳି ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଗଣଶିକ୍ଷା ବିଭାଗକୁ ଘରୋଇ ପ୍ରିଣ୍ଟିଂ ସଂସ୍ଥାର ସହଯୋଗ ନେବାକୁ ପଡ଼ୁଛି, ଯାହାକୁ ନେଇ ଏବେ ପ୍ରିଣ୍ଟିଂ ସଂସ୍ଥାଙ୍କ ମଧ୍ୟରେ ଟଣାଓଟରା ଚାଲିଛି। କାମ କେଉଁ ସଂସ୍ଥା ପାଇବ, କିଏ ଅଧିକ ସଂଖ୍ୟକ ପାଠ୍ୟପୁସ୍ତକ ଛାପିବ, ଅଧିକ ଟଙ୍କାର ବହି ଛାପିବାକୁ କିଏ ବରାଦ ନେବ ସେନେଇ ପ୍ରତିଯୋଗିତା ହେଉଛି। ପ୍ରତିଦିନ ଏକାଧିକ ସଂସ୍ଥାର ମାଲିକ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ପହଞ୍ଚି କାମ ନେବାକୁ ଲବି ଚଲାଉଛନ୍ତି। କେତେକ ସଂସ୍ଥାର ମାଲିକ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ହାତବାରସି କରି କାମ ଆଦାୟ କରୁଛନ୍ତି। ବିଶେଷକରି ଭୁବନେଶ୍ବର ଓ କଟକରେ ଥିବା ପ୍ରିଣ୍ଟିଂ ସଂସ୍ଥାଗୁଡ଼ିକ ଏକ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି। ଆଉ ଯେଉଁମାନେ କାମ ପାଇବାରେ ବିଫଳ ହେଉଛନ୍ତି ସେମାନେ ଲାଞ୍ଚ କାରବାର ନ ହେଲେ ଧମକ ଦେଇ କାମ ଆଦାୟ କରିବାକୁ ପ୍ରୟାସ କରୁଥିବା ନଜରକୁ ଆସିଛି, ଯାହାକି ଏବେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ
କାମ ହାତେଇବାକୁ ପ୍ରିଣ୍ଟିଂ ସଂସ୍ଥାଙ୍କ ଚାପ
ବହିତ୍ରୁଟିର ଅନିୟମିତତା ରିପୋର୍ଟ ମାଗିଲା ଶିକ୍ଷା ମନ୍ତ୍ରଣାଳୟ
୭ ଦିନରେ ସାଢ଼େ ୬ ଲକ୍ଷ ବହି ବଣ୍ଟନ ସରିଲାଣି
ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜଣେ ସୂଚନା ଅଧିକାର କର୍ମୀ ଏସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡ଼ିବା ପରେ ଗତ ୧୮ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ପତ୍ର ଲେଖାଯାଇ ବିଦ୍ୟାଳୟ ପାଠ୍ୟପୁସ୍ତକ ମୁଦ୍ରଣ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗର ରିପୋର୍ଟ ଏବଂ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଚିଠି ପହଞ୍ଚିବା ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ୧୦ ଦିନ ହେଲା ଏହା ଉପରେ ମାନସମନ୍ଥନ କରିଛନ୍ତି। କେଉଁ ପରିସ୍ଥିତିରେ କିଏ ଓ କାହିଁକି ଏଭଳି ଅଭିଯୋଗ ଆଣିଲା ଏବଂ ଅଭିଯୋଗର ସତ୍ୟତା ସମ୍ପର୍କରେ ଖୋଳତାଡ଼ ଚାଲିଛି। ପ୍ରାଥମିକ ଅନୁସନ୍ଧାନରୁ ବିଭାଗୀୟ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପାଠ୍ୟପୁସ୍ତକ ତ୍ରୁଟି ଆଳରେ ବିଭାଗକୁ ବଦନାମ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରିଣ୍ଟିଂ ସଂସ୍ଥାକୁ କାମ ଦିଆ ନ ଯିବା କାରଣରୁ ଏଭଳି ସମସ୍ୟା ଉପୁଜିଛି। ନିର୍ଦ୍ଦିଷ୍ଟ ଭାବେ କେତେଜଣ ସୂଚନା ଅଧିକାର କର୍ମୀଙ୍କୁ ହାତ କରି ପ୍ରିଣ୍ଟିଂ ସଂସ୍ଥାର ମାଲିକମାନେ ଏଭଳି କରୁଥିବା ବିଭାଗୀୟ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।
Flight service: ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍ ପାଇଁ ଚୀନ୍ ସହ ଆଲୋଚନା କରୁଛି ଭାରତ
ସେହିପରି ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନକୁ ୭ ଦିନ ବିତିଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଠ୍ୟପୁସ୍ତକ ପହଞ୍ଚିବା ପରେ ତାହାକୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି। ଆଜି ସୁଦ୍ଧା ୩୦ଟି ଜିଲ୍ଲାରେ ସାଢ଼େ ୬ ଲକ୍ଷ ବହି ପହଞ୍ଚିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଓଡ଼ିଆ ପାଠ୍ୟପୁସ୍ତକ ସହ ୫ଟି ଇଂରାଜୀ ପାଠ୍ୟପୁସ୍ତକ ବଣ୍ଟନ ହେଉଛି। ବିଦ୍ୟାଳୟ ସ୍ତରରେ ପହଞ୍ଚିବା କ୍ଷଣି ପ୍ରଧାନଶିକ୍ଷକମାନେ ତାହାକୁ ସଙ୍ଗେ ସଙ୍ଗେ ପିଲାଙ୍କୁ ଦେଉଛନ୍ତି।

2 days ago
2


