Bonai: ବଣାଇରେ ଭାରତ ବନ୍ଦର ପ୍ରଭାବ: ରାଜପଥରେ ଶହ ଶହ ଗାଡ଼ି ଅଟକିଲା

1 hour ago 1
ARTICLE AD BOX

ବଣାଇଁଗଡ଼: ଇଣ୍ଡିଆ ମେଣ୍ଟର ଆହ୍ୱାନରେ ବିଭିନ୍ନ ଦାବିକୁ ନେଇ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ବଣାଇ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ସକାଳ ୬ଟାରୁ ଏନ୍‌ଏଚ୍‌-୧୪୩ର ନରେନ୍ଦ୍ର ଛକ ଓ ରଜାମୁଣ୍ଡା ବାଇପାସ୍‌ ଛକରେ ସିପିଆଇ(ଏମ୍‌), କଂଗ୍ରେସ ଓ ଜେଏମ୍‌ଏମ୍‌ର କର୍ମୀମାନେ ଏକତ୍ରିତ ହୋଇ ବନ୍ଦ ପାଳନ କରିଛନ୍ତି।

ଆନ୍ଦୋଳନକାରୀମାନେ ଜାତୀୟ ରାଜପଥରେ ବ୍ୟାନର ଲଗାଇ ଯାନବାହନ ଚଳାଚଳ ବନ୍ଦ କରିବା ସହ ବନ୍ଦକୁ ସଫଳ କରିବା ପାଇଁ ରାସ୍ତାରେ ଉପସ୍ଥିତ ରହିଛନ୍ତି। ଫଳରେ ଏନ୍‌ଏଚ୍‌-୧୪୩ରେ ଶହ ଶହ ଗାଡ଼ି ରାସ୍ତାକଡ଼ରେ ଅଟକି ରହିଥିବା ଦେଖାଯାଇଛି। ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀ ଓ ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରଜାମୁଣ୍ଡା ବାଇପାସ୍‌ ଛକରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, କଂଗ୍ରେସ ନେତା ଯୁଧିଷ୍ଠିର ତ୍ରିପାଠୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ବନ୍ଦକୁ ସମର୍ଥନ କରିଥିଲେ।

ଆହୁରି ପଢନ୍ତୁ: Rayagada: ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ରାୟଗଡା ଜିଲ୍ଲା ଠପ

ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଯୋଗୁଁ ଦୋକାନବଜାର ଓ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.