BombThreat: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ, ବିମାନବନ୍ଦରକୁ ବୋମାରେ ଉଡ଼େଇ ଦେବାକୁ ଧମକ

1 day ago 4
ARTICLE AD BOX

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡ଼େଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଜାତୀୟ ରାଜଧାନୀର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରାଯିବାକୁ ଧମକ ମିଳିଛି। ଧମକ ମିଳିବା ପରେ ପୂରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶନିବାର ଅପରାହ୍ଣ ୨ଟା ୧୧ ମିନିଟରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣ କରାଯିବାକୁ ଧମକପୂର୍ଣ୍ଣ ଇମେଲରେ ଉ‌ଲ୍ଲେଖ ରହିଛି। ଖଲିସ୍ତାନ ନାମରେ ପଠାଯାଇଥିବା ଏହି ଇମେଲ୍‌ରେ ସହରର ଅନେକ ସ୍ଥାନକୁ ବିସ୍ଫୋରଣ ଉଡ଼େଇ ଦେବାକୁ ଯୋଜନା ରହିଥିବା ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ରେ ଦିଲ୍ଲୀକୁ ଖଲିସ୍ତାନରେ ପରିଣତ କରାଯିବାକୁ ଧମକ ଦିଆଯାଇଛି। ଇମେଲ ଅନୁଯାୟୀ ଶନିବାର ଅପରାହ୍ଣ ୨ଟା ୧୧ ମିନିଟରେ ଦିଲ୍ଲୀ ହାଇକୋର୍ଟରେ ବୋମା ବିସ୍ଫୋରଣ ହେବ ଓ ଏହାର ଘଣ୍ଟାକ ପରେ ଜିଲ୍ଲା କୋର୍ଟରେ ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ହୋଇଛି। ଦିଲ୍ଲୀ କୋର୍ଟରେ କେବଳ ଶିଖ୍‌ଙ୍କ ବିରୋଧ‌ରେ ମାମଲାର ଶୁଣାଣି ହେଉଛି ବୋଲି ଏଥିରେ କୁହାଯାଇଛି। ୧୯୮୪ ଶିଖ୍‌ ଦଙ୍ଗା କଥା ମଧ୍ୟ ରହିଛି।

ଅସୁସ୍ଥତା ଅନୁଭବ କରିବା ପରେ ଦିଲ୍ଲୀ ଏମ୍ସରେ ଜେପି ନଡ୍ଡାଙ୍କ ଆଞ୍ଜିଓଗ୍ରାଫି

ଅମ୍ବାଲା ଯାଉଥିବା ଟ୍ରେନଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ

ଇମେଲରେ ଦାବି କରାଯାଇଛି ଯେ, ଖାଲିସ୍ତାନ ନାମରେ ଶିଖମାନଙ୍କ ପାଇଁ ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଗଠନ କରିବାକୁ ଚାହୁଁଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଖାଲିସ୍ତାନର ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଜାମନଗର ହାଉସ୍, ଝଣ୍ଡେୱାଲାନ୍ କୋଠା, ସାକେତ କାର୍ଯ୍ୟାଳୟ, ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୩ ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ସମେତ ଛଅଟି ସ୍ଥାନରେ ବୋମା ବିସ୍ଫୋରଣ କରାଯିବାକୁ ମଧ୍ୟ ଧମକ ଦିଆଯାଇଛି। ଦିଲ୍ଲୀ ମେଟ୍ରୋ ଓ ଅମ୍ବାଲା ଯାଉଥିବା ଟ୍ରେନଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି। ସମସ୍ତ ସ୍ଥାନକୁ ଅଗ୍ନିଶମ ଗାଡି ପଠାଯାଇଛି। ଏପର୍ଯ୍ୟନ୍ତ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.