Bombay High Court: ନିର୍ବାଚନ ଆୟୋଗଙ୍କୁ ସୁପ୍ରିମ ଶକ୍ତି ଦେଇନି ସଫ୍ଟୱେୟାର: ଭୋଟର ନାମ ବାଦ୍ ମାମଲାରେ ବମ୍ବେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

1 day ago 2
ARTICLE AD BOX

ପାଣାଜୀ: ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ଅଧୀନରେ ପ୍ରସ୍ତୁତ ଚିଠା ଭୋଟର ତାଲିକାକୁ ଆଧାର କରି ଆଇନଗତ ପ୍ରକ୍ରିୟା ପାଳନ ନକରି କୌଣସି ଭୋଟରଙ୍କ ନାମ ବାଦ୍ ଦିଆଯାଇପାରିବ ନାହିଁ ବୋଲି ଗୁରୁବାର ବମ୍ବେ ହାଇକୋର୍ଟଙ୍କ ଗୋଆ ପୀଠ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଆବେଦନ ଖାରଜ କରିବା ପାଇଁ ନିର୍ବାଚନ ଆୟୋଗ (ଇସିଆଇ) କେବଳ ନିଜସ୍ୱ ସଫ୍ଟୱେୟାର ସିଷ୍ଟମ ଉପରେ ନିର୍ଭରଶୀଳ ହେବା ପ୍ରସଙ୍ଗରେ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆୟୋଗଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ୍ ଅମିତ ଏସ୍. ଜାମସାଣ୍ଡେକର ଓ ଜଷ୍ଟିସ୍ ବାଲ୍ମୀକି ମେନେଜେସଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସଫ୍ଟୱେୟାର ଯୋଗୁଁ ଅଧିକାରୀମାନେ ଆବେଦନ ନାକଚ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଆୟୋଗ ଯେଉଁ ଯୁକ୍ତି ଦର୍ଶାଉଛନ୍ତି, ତାହା ଅତ୍ୟନ୍ତ ଚିନ୍ତାଜନକ।

ପୁନର୍ବାର ନୂଆ ଆବେଦନ କରିବାକୁ ବାଧ୍ୟ କରାଯିବ

ସାନ୍ତା କ୍ରୁଜ୍ ଆସେମ୍ବଲି ନିର୍ବାଚନ ମଣ୍ଡଳୀ ମଧ୍ୟରେ ନିଜ ନୂତନ ବାସଭବନକୁ ସ୍ଥାନାନ୍ତରିତ ହୋଇଥିବା ପରେଶ ସାଲଗାଓଁକରଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବା ନେଇ କୋର୍ଟରେ ଆବେଦନ ହୋଇଥିଲା। ବୁଥ୍ ଲେଭଲ୍ ଅଫିସର (ବିଏଲଓ)ଙ୍କ ନିର୍ଦ୍ଦେଶକ୍ରମେ ସେମାନେ ଠିକଣା ସଂଶୋଧନ ପାଇଁ ''ଫର୍ମ-୮'' ଦାଖଲ କରିଥିଲେ। ମାତ୍ର ଆୟୋଗଙ୍କ ସଫ୍ଟୱେୟାର ସିଷ୍ଟମରେ ସେମାନଙ୍କ ଫୋଟୋ ପରିଚୟ ପତ୍ର ସମ୍ବନ୍ଧୀୟ ତଥ୍ୟ ନଥିବା ଦର୍ଶାଇ ଅଧିକାରୀମାନେ କେବଳ "ଖାରଜ" କଳ୍ପ ବାଛିଥିଲେ। ପରେ ସେମାନଙ୍କୁ ପୁନର୍ବାର ନୂତନ ଭୋଟର ଭାବେ ନାମ ସାମିଲ ପାଇଁ ''ଫର୍ମ-୬'' ଦାଖଲ କରିବାକୁ କୁହାଯାଇଥିଲା। ଏହାକୁ ଅନୁଚିତ ଦର୍ଶାଇ କୋର୍ଟ କହିଛନ୍ତି ଯେ, ଯଦି ଚିଠା ତାଲିକାରୁ ଭୋଟରଙ୍କୁ ବାଦ୍ ଦେଇ ପୁନର୍ବାର ନୂଆ ଆବେଦନ କରିବାକୁ ବାଧ୍ୟ କରାଯିବ, ତେବେ ବୈଧ ''ଫର୍ମ-୬, ୭ କିମ୍ବା ୮''ର କୌଣସି ମୂଲ୍ୟ ରହିବ ନାହିଁ।

H-1B Visa Fee: ଟ୍ରମ୍ପଙ୍କ ଏଚ୍-୧ବି ଭିସା ଫି’ ବୃଦ୍ଧି ଯୋଜନାକୁ ବଡ଼ ଝଟକା: ଦ୍ୱିତୀୟ ଆମେରିକୀୟ ବିଚାରପତି କଲେ ଅବରୋଧ

ଶୁଣାଣି ସମୟରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ କଡ଼ା ଭାଷାରେ ପ୍ରଶ୍ନ କରିଥିଲେ ଯେ, ଆଇନର କେଉଁ ପ୍ରାବଧାନ ଅଧୀନରେ ଜଣେ ପ୍ରଭାବିତ ଭୋଟରଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ନାମ ବାଦ୍ ଦେବାର କ୍ଷମତା ମିଳିଛି? ଅଧିକାରୀମାନେ ନିଜ ନିଷ୍ପତ୍ତି ନନେଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସଫ୍ଟୱେୟାର ଉପରେ ଛାଡ଼ିଦେବା ଏବଂ ମାନବିକ ନିରୀକ୍ଷଣ ନକରିବା ନିନ୍ଦନୀୟ ବୋଲି ପୀଠ କହିଛନ୍ତି। କୌଣସି ପ୍ରଶାସନିକ ସଫ୍ଟୱେୟାର ସିଷ୍ଟମ ଆଇନଗତ ନିୟମକୁ ଅତିକ୍ରମ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ, କେବଳ ଗୋଟିଏ ପରିବାର ନୁହେଁ ବରଂ ବାସସ୍ଥାନ ବଦଳାଉଥିବା ସମସ୍ତ ଭୋଟରଙ୍କ କ୍ଷେତ୍ରରେ ଏହାର ବ୍ୟାପକ କୁପ୍ରଭାବ ପଡ଼ିବ ବୋଲି ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.