ARTICLE AD BOX
ଜଗତସିଂହପୁର/ ଝାରସୁଗୁଡ଼ା: ରାଜ୍ୟର ଦୁଇଟି ଜିଲ୍ଲାକୋର୍ଟକୁ ବୋମା ଧମକ । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକରଣ ଦଳ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ କୋର୍ଟ ପରିସରରେ ପହଞ୍ଚି ତନାଘନା ଛାନଭିନ୍ ଆରମ୍ଭ କରିଛନ୍ତି। କୋର୍ଟ ପରିସରର ପ୍ରତ୍ୟେକ କୋଣକୁ ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ତଦନ୍ତ ଜାରି ରହିଛି
ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ସ ଠାବ କରିବା ପାଇଁ ସାଇବର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାରମ୍ଭିକ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିଥିବା ସୂଚନା ନାହିଁ। ତଥାପି କୌଣସି ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରହିଛି। ଧମକ ଦେଇଥିବା ବ୍ୟକ୍ତି କିଏ ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି ।
Nandighosha: ବଳଗଣ୍ଡି ଛକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ

2 hours ago
1


