‘Boita’ Souvenir ‘ବୋଇତ’ର ୫୭ତମ ବାର୍ଷିକ ସ୍ମରଣିକା ଉନ୍ମୋଚିତ

1 hour ago 2
ARTICLE AD BOX

ଭୁବନେଶ୍ୱର: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାରେ ଓଡ଼ିଆ ସାଂସ୍କୃତିକ ଇତିହାସ ଏବେ ବି ଅଲିଭା ସ୍ୱାକ୍ଷର ବହନ କରୁଛି । ଏଭଳି ଅନନ୍ୟ ପରମ୍ପରା ଓ ସାମାଜିକ ଚେତନା ସାରା ଭାରତବର୍ଷରେ ବିରଳ ବୋଲି ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବୋଇତ ବନ୍ଦାଣ ସମିତି ପକ୍ଷରୁ ପ୍ରକାଶିତ ୫୭ତମ ବାର୍ଷିକ ସ୍ମରଣିକା ବୋଇତକୁ ଭୁବନେଶ୍ୱର ନୟାପଲ୍ଲୀଠାରେ ଶ୍ରୀ ପଟ୍ଟନାୟକ ଆଜି ଉନ୍ମୋଚନ କରି ଓଡ଼ିଶାର  ସାଧବପୁଅମାନଙ୍କ ସାହାସ, ବୁଦ୍ଧିମତ୍ତା ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ।

Ratnachira Publishing: ରତ୍ନଚିରା ପ୍ରକାଶନୀ ପକ୍ଷରୁ ୭ ପୁସ୍ତକ ଉନ୍ମୋଚିତ: ‘ଅନୁବାଦ ସାହିତ୍ୟ ମୂଳ ରଚନାର ଗରିମା ରକ୍ଷା କରୁ’

ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ମୁଖ୍ୟବକ୍ତାଭାବେ ଯୋଗଦାନ କରି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ କେନ୍ଦ୍ରାପଡ଼ା ଜିଲ୍ଲାର ଅନନ୍ୟ ଅବଦାନ ଉପରେ ଆଲୋକପାତ କରି କହିଥିଲେ। କେନ୍ଦ୍ରାପଡ଼ାର ରାଜନଗର, ମହାକାଳପଡ଼ା, ଆଳି, ପାଟକୁରା, ମାର୍ଶାଘାଇ, ରାଜକନିକା ଇତ୍ୟାଦି ସ୍ଥାନରେ ଥିବା ବନ୍ଦରରୁ ପୋତମାନ ସୁଦୂର ଜାଭା, ସୁମାତ୍ରା, ସିଂହଳ, ବାଲିଦ୍ୱୀପ ଇତ୍ୟାଦି ଦେଶକୁ ବଣିଜ ନିମନ୍ତେ ପ୍ରସ୍ଥାନ କରୁଥିଲେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ପୂର୍ବତଟ ରେଳପଥର ପ୍ରାକ୍ତନ ବରିଷ୍ଠ ଜନସମ୍ପର୍କ ଅଧିକାରୀ, ବରିଷ୍ଠ କବି ଓ ସ୍ତମ୍ଭକାର ଏବଂ ବୋଇତର ସମ୍ପାଦକ ନିରାକାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ କେନ୍ଦ୍ରାପଡ଼ା ହେଉଛି ସଂସ୍କୃତି, ପରମ୍ପରା, ଐତିହ୍ୟର ପୀଠସ୍ଥଳୀ। 

You Can Be Your Own Doctor: ସତ୍ୟବ୍ରତ ମୀନକେତନଙ୍କ ‘ୟୁ କ୍ୟାନ୍‌ ବି ୟୋର୍‌ ଓନ୍‌ ଡକ୍ଟର’ ପୁସ୍ତକ ଉନ୍ମୋଚିତ

ପ୍ରଖ୍ୟାତ ଭାଲୁକୁଣୀ ଓଷା କଥାବସ୍ତୁର ତଅପୋଇର ଗ୍ରାମ ଏହି କେନ୍ଦ୍ରାପଡ଼ା ମାଟିରେ। ଏହି ସଭାରେ ପ୍ରାକ୍ତନ ବିଧାୟକ ତଥା ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ସାମ୍ବାଦିକ ତଥା ସ୍ୱାଧୀକାରର ସମ୍ପାଦକ ଅକ୍ଷୟ କୁମାର ପତି, ପ୍ରାକ୍ତନ ରାଜସ୍ୱ ଅଧିକାରୀ ସୁଧୀର କୁମାର ଲେଙ୍କା, ସାମ୍ବାଦିକ ସଂଗ୍ରାମ କେଶରୀ ସିଂହ, ବରିଷ୍ଠ ଗାଳ୍ପିକା ଅବନ୍ତୀ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ବୌଦ୍ଧିକ ବିକାଶ ମଞ୍ଚର ସଭାପତି ରଣଧୀର ଜେନା, ବୋଇତର ସହଯୋଗୀ ସମ୍ପାଦକ ଡାକ୍ତର ସୁଧୀର କୁମାର ବ୍ରହ୍ମା, ଅନିରୁଦ୍ଧ ଦାସ, ସଂଜୟ ରାଉତ, ମିହିର ରଞ୍ଜନ ଆଚାର୍ଯ୍ୟ ଓ ରାଜେଶ୍ୱରୀ ନାୟକ ପ୍ରମୁଖ ଯୋଗଦାନ କରି ବୋଇତ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ସମିତିର ସହ ସମ୍ପାଦକ ରାଜେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.