Body carried on bike: ମିଳିଲାନି ଶବବାହକ ଗାଡ଼ି: ବାଇକ୍‌ରେ ବୁହାହେଲା ଶବ

3 hours ago 1
ARTICLE AD BOX

ଲଇକେରା: ଶବବାହକ ଗାଡ଼ି ଖୋଜି ନିରାଶ ହେଲେ। ଶେଷରେ ବାଧ୍ୟ ହୋଇ ପତ୍ନୀଙ୍କ ଶବକୁ ଡାକ୍ତରଖାନାରୁ ବାଇକ୍‌ରେ ବୋହି ଘରକୁ ନେଲେ ଅସହାୟ ସ୍ବାମୀ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଲଇକେରା ବ୍ଲକ୍‌ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ରବିବାର ଭୋର୍ ସମୟରେ ତାଙ୍କୁ ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଦୁର୍ଦ୍ଦଶା। ମୃତଦେହ ଘରକୁ ନେବା ପାଇଁ ଶବବାହକ ଗାଡ଼ି କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ। ଏକ ଅଟୋରିକ୍ସା ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲେ ନରେଶ। ଗାଡ଼ିଭଡ଼ା ୫ ହଜାର ଟଙ୍କା ଦାବି କରିବାରୁ ସେ ଦେବାକୁ ଅସମର୍ଥ ଥିଲେ। ଅନ୍ୟ କୌଣସି ବ୍ୟବସ୍ଥା ନ ହୋଇ ପାରିବାରୁ ନରେଶ ଜଣେ ପଡ଼ୋଶୀଙ୍କ ବାଇକ୍‌ରେ ପତ୍ନୀଙ୍କ ମୃତଦେହ ଧରି ଗ୍ରାମକୁ ଫେରିଥିଲେ। 

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ଏହି ଘଟଣାକୁ ନେଇ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଳି ଦାସ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଡିଏମ୍‌ଏଫ୍, ସିଏସ୍‌ଆର୍ ଭଳି ବିପୁଳ ପାଣ୍ଠି ଉପଲବ୍ଧ ଥିବା ସତ୍ତ୍ୱେ ଏକ ଗରିବ ପରିବାର ଏଭଳି ଅମାନବିକ ପରିସ୍ଥିତିର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ ଓ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ସମାଜସେବୀ ଅଶୋକ ମାଝୀ ଓ ସଞ୍ଜୁଲତା ନାଏକ ମଧ୍ୟ କ୍ଷୋଭ ପ୍ରକାଶ କରି ଏହା ଦୁଃଖଦ ଓ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି।

SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ସିଡିଏମ୍‌ଓ ଓଡ଼ିଆପାଲି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ଯମୁନାଙ୍କ ସ୍ୱାମୀ ନରେଶ ଓ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ବିଧାୟକଙ୍କ କହିବା ଅନୁଯାୟୀ, ଯମୁନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପ୍ରାୟ ଅଧଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଯମୁନାଙ୍କ ମୃତ୍ୟୁ ପରେ ହସ୍ପିଟାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଇବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସାମାଜିକ ରୀତିନୀତି ଓ ଏଥିସହ ଜଡ଼ିତ ଅତିରିକ୍ତ ଆର୍ଥିକ ବୋଝର ଆଶଙ୍କା କାରଣରୁ ପରିବାର ଲୋକେ ଶବ ବ୍ୟବଚ୍ଛେଦ କରାଇବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଏହି ପରିସ୍ଥିତିରେ ନରେଶ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ନେଇ ଯାଇଥିଲେ। ବାସ୍ତବତା କ’ଣ ନ ଜାଣି ଏକ ଗରିବ ପରିବାରର ଦୁଃଖକୁ ରାଜନୈତିକ ପ୍ରସଙ୍ଗ କରିବା ନିନ୍ଦନୀୟ ବୋଲି ବିଧାୟକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.