BMC: ବିଏମ୍‌ସି କର୍ପୋରେସନ ବୈଠକ: ଦୋକାନ ପାଇଁ ହଙ୍ଗାମା, କର୍ପୋରେଟର ମୁହାଁମୁହିଁ

8 hours ago 4
ARTICLE AD BOX

ଭୁବନେଶ୍ବର: ଯେଉଁଠି ପାରୁଛନ୍ତି, ସେଠି ଟିଣ ଗଡ଼ାଇ ଦୋକାନ ଖୋଲି ଦେଉଛନ୍ତି। ୱାର୍ଡର ସୀମା ସରହଦ ବି ମାନୁନାହାନ୍ତି। ସୀମା ଡେଇଁ ଦୋକାନୀଙ୍କୁ ରାସ୍ତାରେ ବସାଉଛନ୍ତି। ଏମିତି କ’ଣ ସ୍ବାର୍ଥ ରହିଛି, ଏଭଳି ବେଆଇନ୍‌ କାମକୁ ପ୍ରଶ୍ରୟ ଦିଆଯାଉଛି? ଯେଉଁମାନେ ଏହାକୁ ଅଟକାଇବା କଥା, ସେମାନେ ଯଦି ଏଭଳି କରିବେ, କାହାକୁ ବା ଆମେ କହିବା? ଆଜି ବିଏମ୍‌ସି ବୈଠକରେ ଏହାକୁ ନେଇ ହଙ୍ଗାମା ହୋଇଛି। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ମେୟର ଓ କମିସନରଙ୍କୁ କହିଛନ୍ତି।

Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍‌ଡେଟ୍

ବିଏମ୍‌ସି ମୁଖ୍ୟାଳୟର ଏକାମ୍ର ହଲ୍‌ରେ ଆଜି କର୍ପୋରେସନ୍‌ ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିସନର, ସହକାରୀ କମିସନର, ସିଟି ଇଂଜିନିୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ କୁମାର ମିଶ୍ର ସିଧାସଳଖ ଅଭିଯୋଗ କରିଥିଲେ, ୫୦ ନମ୍ବର ୱାର୍ଡ କର୍ପୋରେଟର ରାମଚନ୍ଦ୍ର ରଣସିଂହ ତାଙ୍କ ୱାର୍ଡରେ ଅଯଥା ହସ୍ତକ୍ଷେପ କରୁଛନ୍ତି। ରୁଚିକା ମାର୍କେଟ୍‌ ପାଖରେ ଟିଣ ଗଡ଼ାଇ ଦୋକାନ ଖୋଲୁଛନ୍ତି। ଏଥିପାଇଁ ସେଠାରେ ଥିବା ଗଛକୁ ବି କାଟିଦେଲେ। ଆମେ ରୁଚିକା ମାର୍କେଟ୍‌କୁ ବ୍ୟବସ୍ଥିତ କରିବାକୁ ଉଦ୍ୟମ କଲାବେଳେ ଏଭଳି ଜବରଦଖଲ ଓ ବେଆଇନ୍‌ କାର୍ଯ୍ୟ ଏଥିରେ ବାଧା ସୃଷ୍ଟି କରୁଛି। ରୁଚିକା ମାର୍କେଟ୍‌କୁ ଲାଗି ପ୍ଲଟ୍‌ ନମ୍ବର-ଏ-୫୦ ହେଉଛି ସରକାରୀ ଜାଗା। କିନ୍ତୁ ଏହାକୁ ଜବରଦଖଲ କରି ଦୋକାନ ଖୋଲାଯାଇଛି। ସେଡ୍‌ ତିଆରି କରାଯାଇଛି। ଯେହେତୁ ଏହା ସରକାରୀ ଜାଗା, ୱାଟ୍‌କୋ ବି ଏଠାରେ ପାଣି ସଂଯୋଗ ଦେବାକୁ ମନା କରିଦେଇଛି। ତଥାପି ଏଥିରେ ଶ୍ରୀ ରଣସିଂହ ଅଯଥା ହସ୍ତକ୍ଷେପ କରୁଛନ୍ତି ଅଭିଯୋଗ କରିଥିଲେ। ଶ୍ରୀ ରଣସିଂହ ବି ଏହାକୁ ବିରୋଧ କରିଥିଲେ।

ଏହାକୁ କେନ୍ଦ୍ର କରି ଦୁଇ କର୍ପୋରେଟରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସଭାକକ୍ଷରେ ଦୁଇଜଣ ଚିତ୍କାର କରିଥିଲେ। ଏହି ଜବରଦଖଲ ହଟାଇବାକୁ କମିସନରଙ୍କ ପ୍ରତିଶ୍ରୁତି ପରେ ସଭା ଶାନ୍ତ ପଡ଼ିଥିଲା। ସେପଟେ  ବିଲ୍‌ଡର ଓ ହୋଟେଲମାନେ ନିୟମ ବାହାରେ ନିର୍ମାଣ କରୁଥିବା ଓ ବିଏମ୍‌ସି ଏମାନଙ୍କୁ ଏଭଳି କରିବାକୁ ସୁଯୋଗ ଦେଉଥିବା କର୍ପୋରେଟର ନୃପେଶ କୁମାର ନାୟକ ଓ  ଅନ୍ୟମାନେ ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟରେ ରୋକ୍‌ ଲଗାଇବାକୁ ଦାବି କରିଥିଲେ। ୪୩ ନମ୍ବର ୱାର୍ଡ କର୍ପୋରଟେର ଭରତ କୁମାର ଲେଙ୍କା ଆଜି ତାଙ୍କ ୱାର୍ଡରେ ହୋଇଥିବା ଜବରଦଖଲ ଉଚ୍ଛେଦକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହି ଅବସରରେ ଭୁଆସୁଣି ବାୟୋମାଇନିଂ ଅଞ୍ଚଳରେ ବର୍ଜ୍ୟରୁ ବିଜୁଳି ଉତ୍ପାଦନ ପ୍ରକଳ୍ପ ଉପରେ ବି ଆଲୋଚନା ହୋଇଥିଲା।

Independence Day 2026: ଲାଲକିଲ୍ଲାର ପ୍ରାଚୀରରୁ ଇତିହାସ ସୃଷ୍ଟି କରିବେ ପ୍ରଧାନମନ୍ତ୍ରୀ ମୋଦୀ

୨ଶହଙ୍କୁ ମିଳିନି ୭ ମାସର ବାର୍ଦ୍ଧକ୍ୟ ଭତ୍ତା
୨ଶହଙ୍କୁ ମିଳିନି ୭ ମାସର ବାର୍ଦ୍ଧକ୍ୟ ଭତ୍ତାବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସର ଅପରାହ୍ଣରେ ବି ଦହଗଞ୍ଜ ହେବାକୁ ପଡ଼ୁଛି। କିଏ ଔଷଧ ତ’ କିଏ ଅନ୍ୟ ଆବଶ୍ୟକତା ପୂରଣ ପାଇଁ ଏହି ଟଙ୍କାକୁ ଅନାଇ ବସୁଛନ୍ତି। କିନ୍ତୁ ସେମାନଙ୍କୁ ମାସ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ମିଳୁନି। କର୍ପୋରଟେର ଆଶିଷ କୁମାର ପଟ୍ଟନାୟକ କହିଛନ୍ତି, ବିଏମ୍‌ସିର ୨ଶହରୁ ଅଧିକଙ୍କୁ ୭ ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ମିଳିନି। ବ୍ୟାଙ୍କିଙ୍ଗ ସମସ୍ୟା ଥିବା କହି ଭଣ୍ଡାଯାଉଛି। ଏହାକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ ପାଇଥିଲା। ମେୟର ସୁଲୋଚନା ଦାସ ବି ଏ ନେଇ ବିଗିଡ଼ିଥିଲେ। ‌ଇ-କେୱାଇସି ପରେ ବି କାହିଁକି ସମସ୍ୟା ରହୁଛି ବୋଲି ପ୍ରଶ୍ନ କରିଥିଲେ। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଡେପୁଟି କମିସନର ପ୍ରମୁଖ ମିଳିତ ବୈଠକ କରି ଏହାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି।

ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌, ଅନ୍ଧାରରେ ସାହି
ମାସ ମାସ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। ସାହି ଗଳିକନ୍ଦି ସବୁ ଅନ୍ଧାର ହୋଇଗଲାଣି। ଯୋଗାଯୋଗ କଲେ, ଆମେ କରୁନୁ, ଅନ୍ୟକୁ କୁହ କହି ଭଣ୍ଡାଉଛନ୍ତି। ଆଜି ଏଭଳି ଅଭିଯୋଗ କରିଛନ୍ତି କର୍ପୋରେଟର। ସେପଟେ ନୂଆ ଟେଣ୍ଡର ହୋଇଛି, କିନ୍ତୁ ଏହା ନଗର ଉନ୍ନୟନ ବିଭାଗରେ ଅନୁମୋଦନ ପାଇଁ ପଡ଼ିଛି। ଏହା ଏକ ମୌଳିକ ସୁବିଧା। ଏହାକୁ ଗୁରୁତ୍ବର ସହ ବିଚାର କରିବାକୁ କହିଛନ୍ତି।

Earthquake: ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ ଜାରି

ସ୍ବାୟତ୍ତ ଶାସନ ଖର୍ଚ୍ଚ ୫୪.୭୮ ଲକ୍ଷ
ଅଗଷ୍ଟ ୩୧ରେ ବିଏମ୍‌ସି ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ଏଥିପାଇଁ ସଭାସମିତି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯାଇଛି। ଏ ବାବଦରେ ପ୍ରାୟ ୫୪.୭୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି।

କର୍ପୋରଟରଙ୍କୁ ଦରମା ଦିଅ
ଅଧିକାରୀ, କର୍ମଚାରୀମାନେ ମୋଟା ଦରମା ନେଉଛନ୍ତି। ପ୍ରତି ବୈଠକରେ ବି କୁଶଳୀ, ଅଣକୁଶଳୀ ଶ୍ରମିକଙ୍କ ସହ କର୍ମଚାରୀଙ୍କ ଦରମାବୃଦ୍ଧି ପ୍ରସଙ୍ଗ ଉଠୁଛି। କିନ୍ତୁ କର୍ପୋରେଟରଙ୍କ ଦରମା କଥା କେହି ଚିନ୍ତା କରୁନାହାନ୍ତି। କେବଳ ସିଟିଂ ଆଲାଉନ୍ସ ମିଳୁନି। ଏଣୁ କର୍ପୋରେଟରଙ୍କୁ ମାସିକ ୧୦ହଜାର ଟଙ୍କାର ଦରମା ବ୍ୟବସ୍ଥା କରିବାକୁ ଆଜି କର୍ପୋରେଟରମାନେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.