BMC Hospital: ବିଏମ୍‌ସି ଡାକ୍ତରଖାନାରେ ଆରମ୍ଭ ହେଲା କର୍କଟର ରୋଗର ସ୍ବତନ୍ତ୍ର ଓପିଡି

2 days ago 2
ARTICLE AD BOX

ଭୁବନେଶ୍ୱର: ବିଏମ୍‌ସି ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲରେ କର୍କଟ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓପିଡିର ଶୁଭାରମ୍ଭ କରାଯାଇଛି। କର୍କଟର ରୋଗର ଉନ୍ନତ ଚିକିତ୍ସା ପାଇଁ ବାଗ୍‌ଚି କରୁଣାଶ୍ରୟ ପାଲିଏଟିଭ୍ କେୟାର ପକ୍ଷରୁ ଏହି ନୂଆ ଶାଖା ଖୋଲାଯାଇଛି। ଏଠାରେ କର୍କଟ ରୋଗୀଙ୍କ ପାଇଁ ମାଗଣାରେ ରୋଗର ଲକ୍ଷଣ ଓ ଯନ୍ତ୍ରଣା ଉପଶମକାରୀ ଚିକିତ୍ସା ପ୍ରଦାନ କରାଯିବ। 

ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ବତନ୍ତ୍ର ଓପିଡିର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ମଂଜୁଲତା କହଁର, ବିଏମ୍‌ସି ହସ୍ପିଟାଲର ସିଏମ୍ଏମ୍ଓ ଡା. ସିଦ୍ଧାର୍ଥ ଶଙ୍କର ରାୟ, କରୁଣାଶ୍ରୟର ମେଡିକାଲ୍ ଡାଇରେକ୍ଟର ଡା. ଶ୍ରୀନାଗେଶ ସିଂହ, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ବେହେରା, ଶିବ ଶଙ୍କର ରାୟ, ଚନ୍ଦ୍ର ଶେଖର ମଲ୍ଲିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଓପିଡି ପ୍ରତି ସପ୍ତାହର ଶୁକ୍ରବାର ଖୋଲା ରହିବ। ଡେପୁଟି କମିସନର(ସ୍ୱାସ୍ଥ୍ୟ) ରଶ୍ମିରେଖା ଅମାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.