Blunt Black Perfume: ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚିତ

2 months ago 13
ARTICLE AD BOX

ଇନ୍ଦୋର: କଣ୍ଟାଟକର ମହୀଶୂର ଦୀପ୍‌ ପରଫ୍ୟୁମେରି ହାଉସ୍‌ (ଏମ୍‌ଡିପିଏଚ୍‌) ପକ୍ଷରୁ ନୂଆ ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚନ କରାଯାଇଛି। ଏଥି ସହିତ କମ୍ପାନି ବ୍ୟକ୍ତିଗତ ସୁଗନ୍ଧ ବର୍ଗରେ ପ୍ରବେଶ କରିଚି। ପ୍ରାରମ୍ଭିକ କଲେକ୍ସନରେ ଡାର୍କ ଏଲିକ୍ସିର୍‌, ନିଓ ଔରା, ଭେଲ୍‌ଭେଟ୍‌ ନାଇଟ୍‌ ଓ ଫ୍ରେଞ୍ଚ ଆକ୍ବା ଭଳି ଚାରିଟି ଭାରିଆଣ୍ଟ ରହିଛି। 

ଆଜିର ବିଶ୍ବାସୀ, ନିଜକୁ ପରିପ୍ରକାଶ କରିବାକୁ ଚାହୁଥିବା ଓ ଷ୍ଟାଇଲ୍‌ ସଚେତନ ଗ୍ରାହକଙ୍କୁ ଦୃଷ୍ଟିରେ ରଖି କମ୍ପାନି ଏହି ପରଫ୍ୟୁମ୍‌ ଆଣିଛି। ଏ ସମ୍ପର୍କରେ କମ୍ପାନିର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଚନ୍ତି ଯେ ବ୍ଲଣ୍ଟ୍‌ ବ୍ଲାକ୍‌ ସହିତ ଆମ ସୁଗନ୍ଧ ‌ପୋର୍ଟଫୋଲିଓକୁ ଆମେ ସମ୍ପ୍ରସାରଣ କରି ପ୍ରିମିୟମ ସୁଗନ୍ଧ ବର୍ଗରେ ପ୍ରବେଶ କରିଛୁ। 

କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ଅଂଶୁଲ ଅଗ୍ରୱାଲ କହିଛନ୍ତି ଯେ ଆଜିର ଗ୍ରାହକମାନେ ସୁଗନ୍ଧକୁ ସେମାନଙ୍କ ବ୍ୟକ୍ତିତ୍ବ ଓ ଜୀବନଶୈଳୀର ସମ୍ପ୍ରସାରଣ ଭାବେ ଦେଖୁଛନ୍ତି। ବ୍ଲଣ୍ଟ ବ୍ଲାକ୍‌ ଆମର ପରଫ୍ୟୁମେରି ପ୍ରତି ରହିଥିବା ଉତ୍ସାହକୁ ପ୍ରତିଫଳିତ କରୁଛି। ୩୦ ଏମ୍‌ଏଲ୍‌ ଇଆଉ ଡି ପରଫ୍ୟୁମ୍‌ ବୋତଲରେ ମିଳୁଥିବା ଏହି କଲେକ୍ସନର ଦାମ୍‌ ୫୯୯ ଟଙ୍କା ରହିଛି। ଅଗ୍ରଣୀ ଇ-କମର୍ସ ସାଇଟ୍‌ରେ ପ୍ରାରମ୍ଭିକ ମୂଲ୍ୟ ୨୭୯ ଟଙ୍କାରେ ଏହା ଉପଲବ୍ଧ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.