ARTICLE AD BOX
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଦ୍ବାରା ଚିକିତ୍ସା ବେଆଇନ ହୋଇଛି। ଏନେଇ ବ୍ୟାପକ ସଚେତନତା ପରେ ମଧ୍ୟ ଏହା ଗାଁଗହଳିରେ ବ୍ୟାପକ ଚାଲିଛି। ଏଭଳି ସ୍ଥିତିରେ ଜଣେ ଗୁଣିଆର ଜାଲରେ ଜଣେ କଲେଜ ପଢ଼ୁଥିବା ଛାତ୍ରୀ ଫସି ଦୁଷ୍କର୍ମର ଶିକାର ହେବା ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଉଦ୍ବେଗଜନକ ଘଟଣା ମୟୂରଭଞ୍ଜଜିଲ୍ଲା ଦଲସରା ଅଞ୍ଚଳରେ ଘଟିଛି।
Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ
ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ଝରାଡିହି ଫାଣ୍ଡି ଅନ୍ତର୍ଗତ ଦଲସରା ଅଞ୍ଚଳର ଗୁଣିଆ ରାଧୁ କିସ୍କୁ (୪୦) ଝଡ଼ାଫୁଙ୍କା କରି ଜୀବିକା ଅର୍ଜନ କରନ୍ତି। ଝରାଡିହି ଅଞ୍ଚଳର ଜଣେ ବ୍ୟକ୍ତି ଅନେକ ଦିନ ଧରି ଅସୁସ୍ଥ ଥିଲେ। ବିଭିନ୍ନ ଚିକିତ୍ସାଳୟ ବୁଲିବା ଓ ଡାକ୍ତର, କବିରାଜଙ୍କ ପରାମର୍ଶରେ ଔଷଧ ଖାଇବା ପରେ ମଧ୍ୟ ସେ ସୁସ୍ଥ ହେଉନଥିଲେ। ତାଙ୍କ ୧୯ ବର୍ଷୀୟ କଲେଜ୍ ପଢୁଆ ଝିଅଙ୍କ ଆଧୁନିକ ଓ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଉପରେ ଭରସା ତୁଟିଥିଲା। ଶେଷରେ କିଛି ଲୋକଙ୍କ କଥାରେ ଗୁଣିଆ ରାଧୁ କିସ୍କୁଙ୍କ ନିକଟକୁ ନେଇଥିଲେ ।
Black magic incident: ଗୁଣିଗାରେଡ଼ି ସନ୍ଦେହରେ ଜଘନ୍ୟକାଣ୍ଡ: ଯୁବକଙ୍କୁ ମାରି ପୋଡ଼ିଦେଲେ, ୨୫ ଜଣ ଗିରଫ
ବାପାଙ୍କ ଶରୀର ଅସୁସ୍ଥ ହେବା ପଛରେ ପୀଡ଼ିତାଙ୍କ ଦେହରେ ଲାଗିଥିବା ଭୁତ ଆଦିରୁ ହେଉଛି ବୋଲି କହିଥିଲେ। ଏଥିପାଇଁ ଝଡ଼ାଫୁଙ୍କା କଲେ ଅସୁସ୍ଥ ବ୍ୟକ୍ତି ସୁସ୍ଥ ହୋଇଯିବେ ବୋଲି ଦର୍ଶାଇ ଛାତ୍ରୀଙ୍କୁ ଏକ ପ୍ରକୋଷ୍ଠ ଭିତରକୁ ନେଇଥିଲେ। ସେଠାରେ ବଳପୂର୍ବକ ଅସଦାଚରଣ କରିଥିଲେ। ଏନେଇ କାହାକୁ କହିଲେ ତାଙ୍କ ବାପା ସୁସ୍ଥ ହେବେ ନାହିଁ ବୋଲି ଭୟଭୀତ କରାଇଥିଲେ ।
Blind Believe: ଅନ୍ଧବିଶ୍ବାସରୁ ଯୁବକଙ୍କ ଅକାଳ ମୃତ୍ୟୁ: ଜଣ୍ଡିସ ରୋଗୀକୁ ମାସେ ଧରି ଝଡ଼ାଫୁଙ୍କା
ଯୁବତୀ ଜଣଙ୍କ ଭୟଭୀତ ହୋଇ ଘଟଣାକୁ ନିଜ ମଧ୍ୟରେ ଦବାଇ ରଖିଥିଲେ। ପରବର୍ତ୍ତୀ ସମୟରେ ଗୁଣିଆ ଜଣକ ଅମାବାସ୍ୟା ରାତିରେ ଝଡା ଫୁଙ୍କା କରିବେ ବୋଲି ଯୁବତୀଙ୍କୁ ଡାକିଥିଲେ । ଯୁବତୀ ଜଣଙ୍କ ଗୁଣିଆ ପାଖକୁ ଯିବା ପରେ ଏକ ଘରେ ତାଙ୍କୁ ଏକୁଟିଆ ରଖି ଦୁଷ୍କର୍ମ କରିଥିଲେ । ଉକ୍ତ ଘଟଣା ପରେ ରାଧୁ ଜଣେ ଭଣ୍ଡ ବୋଲି ଜାଣିବାକୁ ପାଇ ପୀଡ଼ିତା ଛାତ୍ରୀଜଣକ ତିରିଂ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନାରେ କେସ ନଂ ୧୨୫/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ରାଧୁକୁ ପୋଲିସ ଗିରଫ କରିବା ପରେ ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଥିଲା । ଗିରଫ ଠକ ଗୁଣିଆକୁ କୋର୍ଟ ଚାଲାଣ କରିଛି ପୁଲିସ ।

1 hour ago
2


